୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ଟାରୁ ଦର୍ଶନ ବନ୍ଦ

0 128

ପୁରୀ: ଆସନ୍ତା 19 ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଓ ଆସନ୍ତା 20 ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଚୂଡାନ୍ତ ହୋଇଛି। ମାତ୍ର ତିନିଘଣ୍ଟା ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ବେଶକୁ ଦର୍ଶନ କରିବେ। ସକାଳ 8ଟାରୁ 9ଟା ପର୍ଯ୍ୟନ୍ତ ହେବ ପରିମାଣିକ ଦର୍ଶନ ବ୍ୟବସ୍ଥା। ଅର୍ଥାତ ଟିକେଟ୍ ଦେଖାଇ ଭକ୍ତମାନେ ଦର୍ଶନ କରିବେ। ପରିମାଣିକ ଟିକେଟଧାରୀ ଭକ୍ତମାନେ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଏକଘଣ୍ଟା ପରିମାଣିକ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବମୋଟ 7000ଟି ଟିକେଟର ବ୍ୟବସ୍ଥା ହୋଇଥିବା ବେଳେ ପ୍ରତି ଟିକେଟର ମୂଲ୍ୟ 100ଟଙ୍କା ରଖାଯାଇଛି। ସେହିପରି ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣମେଲା ଦର୍ଶନ ଜାରି ରହିବ। ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବେ। ସେପଟେ ରାତି 9ଟାରୁ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ତେବେ ଦିନ 11ଟାରୁ ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବା ସହ ଭକ୍ତମାନେ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରିପାରିବେ ବୋଲି କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନ୍ୟପଟେ ନବଯୌବନ ଦର୍ଶନ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

hiring

hiranchal ad1
Leave A Reply

Your email address will not be published.

19 − 8 =