ଡିଭିଜନାଲ କମିଟି ମେମ୍ବର ମାଓବାଦୀ ମାଡକାମର ଆତ୍ମସମର୍ପଣ

0 73

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ନିୟମିତ କମ୍ବିଙ୍ଗ ଅପରେସନ ମାଓ ସଂଗଠନର ବରିଷ୍ଠ ନେତାଙ୍କ ଶାରୀରିକ ଓ ମାନସିକ ନିର୍ଯାତନାରେ ଅତିଷ୍ଟ ହୋଇ କେକେବିଏନ ଡିଭିଜନର (ଡି ସିଏମ) ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଦକ୍ଷିଣା ଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ, କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ନେତା ସମୟର ଘର ଛତିଶଗଡ ର ସୁକୁମା ଅଂଚଳରେ । ସମୟ ୨୦୦୫ ଅକ୍ଟୋବର ମାସରେ ମାଓଇଷ୍ଟ ରେ ସାମିଲ ହୋଇଥିଲା । ସମୟ ଅନେକ ଗୁଡିଏ ମାଓ ହିଂସା ଘଟଣାରେ ସାମିଲ ଥିଲା । ତା’ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଅଂଚଳରେ ୧୭ ରୁ ଉଦ୍ଧ୍ୱର୍ ମାମଲା ରହିଛି । ସେହିପରି ଛତିଶଗଡ଼ ଅଂଚଳରେ ତା’ ନାମରେ ସିରିଜ ମାମଲା ଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଏସପି ଭାବେ ଦାୟିତ୍ୱ ଗ୍ରହଣ ପରଠାରୁ ମାଓ ଦମନ ରଣ ନୀତି ଯୋଗୁଁ ଜିଲାରେ ମାଓ ଗତିବିଧି ହ୍ରାସ ପାଇଛି । ଏସପି ପାତ୍ରଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା, ଅଭିଜ୍ଞତା, ଉନ୍ନତ ଜ୍ଞାନ କୌଶଳ ଯୋଗୁଁ ଅନେକ ମାଓ କ୍ୟାମ୍ପ ଧ୍ୱଂସ କରାଯିବ ସହ ମାଓ ସାମଗ୍ରୀ ଜବତ, ଗୁଳି ବିନିମୟରେ ଅନେକ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ, ହୋଇଛି । ଫଳରେ ମାଓ ହିଂସା କମିଥିବା ଲକ୍ଷ୍ୟ କରାଯାଉଛି । ପୂର୍ବରୁ କିଛି ଆତ୍ମସମର୍ପଣ ବି କରିଛନ୍ତି ।ସେହିପରି ପୋଲିସ ଓ ସୁରକ୍ଷା କର୍ମୀଙ୍କ ମାଓ ଦମନ କାର୍ଯ୍ୟ ଯୋଗୁଁ ମାଓ ନେତା ସମୟ ନିଜର ଶେଷ ସମୟ ଆସିବା ପୂର୍ବରୁ ଆତ୍ମସମର୍ପଣର ପନ୍ଥା ବାଛିନେଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କମ୍ବିଙ୍ଗ ଅପରେସନ ନିୟମିତ ଜାରି ରହିବ ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ କମ୍ବିଙ୍ଗ ଅପରେସନ ନିୟମିତ ଜାରି ରହିବ । ଜିଲ୍ଲାରେ ମୁକ୍ତ, ଅବାଧ ନିରପେକ୍ଷ, ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 + 16 =