ବିପୁଳ ପରିମାଣର କଫ୍‌ ସିରପ ସହ ଦୁଇ ଗାଡି ଜବତ ; ୫ ଅଭିଯୁକ୍ତ ଗିରଫ

0 75

ସୁବର୍ଣ୍ଣପୁର: ସୋନପୁର – ବଲାଙ୍ଗୀର ରାସ୍ତାରେ ଆସୁଥିବା ଏକ ପିକଅପ ବୋଲେରୋ କାରରୁ ଖାରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରୁ ବିପୁଳ ପରିମାଣର କଫ୍‌ ସିରଫ ତରଭା ପୋଲିସ ଜବତ କରିଥିବା ଜଣାପଡିଛି । ପେଟି ଭିତରେ ଥିବା୧୯୨୦ ବୋତଲ କଫ୍‌ ସିରଫ,୫ଟି ମୋବାଇଲ ସେଟ, ଏକ ପିକ ଅପ ବୋଲେରୋ ଓ ଏକ ହୁଣ୍ଡାଇ ଇଓଏନ କାର ଜବତ କରାଯାଇଛି । ଘଟଣା ସମ୍ପର୍କରେ ତରଭା ଥାନାର ଏସଆଇ ଆରତୀ କହଁରଙ୍କ ଅଭିଯୋଗ କ୍ରମେ ଥାନା କେସ ନମ୍ବର ୬୫ ତା.୩୧/୦୩/୨୩ ୟୁ/ଏସ-୨୧(ବ)/୨୯ ଏନଡିପିଏସ ଆକ୍ଟଅନୁଯାୟୀ ମୋକଦ୍ଦମା ରୁଜୁ କରିଛି । ଏହି ଘଟଣା ରେ ସମ୍ପୃକ୍ତ ଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଦେବେନ୍ଦ୍ର ପାତ୍ର (୨୬), ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ପ୍ରଶାନ୍ତ ନାୟକ (୨୬), ନୟାଗଡ଼ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡା ଗ୍ରାମର ସୁଶାନ୍ତ ସେଠୀ (୩୨), ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଗଣ୍ଡପତରାପାଲି ( ଡୁମାଲପଡା )ର ସୁଶାନ୍ତ ଡାଙ୍ଗ (୨୩) ଓ ବଲାଙ୍ଗୀର ଜିଲ୍ଲାସଇଁତଲା ଥାନା ଅନ୍ତର୍ଗତ କୁଇକେଡ଼ା ( ରେଙ୍ଗାଲି ) ଗ୍ରାମର ଦେବାଶିଷ ଛତ୍ରିଆ (୨୪) ଙ୍କୁ ତରଭା ପୋଲିସ ଗିରଫ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 + eighteen =