ବିଶ୍ୱକପ ହକି ନିମନ୍ତେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

0 29

ସମ୍ବଲପୁର: ଆଗାମୀ ବର୍ଷ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଆମ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଠାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ । ସେଥିପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ହକି ବିଶ୍ୱକପ ପାଇଁ ରାଜ୍ୟରେ ହକି ଖେଳର ପ୍ରଚାର ପ୍ରସାର ସହ ଖେଳର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କ୍ରୀଡାର ଆୟୋଜନ ଶୃଙ୍ଖଳିତ ଭାବରେ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ସମସ୍ତ ପଂଚାୟତ ସ୍ତରରୁ ଆୟୋଜନ ହୋଇ ଜିଲ୍ଳା ସ୍ତରରେ ସମାପ୍ତ ହେବ । ଏଥିରେ ଯୁବ କ୍ରୀଡାବିତ ସାମିଲ ହେବେ । ଜିଲ୍ଲାରେ ହକି, କବାଡି, ଫୁଟବଲ ଓ ଖୋଖୋ ଇତ୍ୟାଦି ଖେଳରେ ଉତ୍ତମ ପରିଚାଳନା ନିମନ୍ତେ ଜିଲ୍ଳାସ୍ତରୀୟ କମିଟି ଗଠନ କରାଯିବ । ତୃଣମୂଳ ସ୍ତରରେ କିଭଳି ଉତ୍ତମ ଭାବେ ହକିର ଖେଳର ପ୍ରଚାର ପ୍ରସାର ହେବ ସେଥିପାଇଁ ଚେଷ୍ଟିତ ହେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବଳ, ଆଇଏଏସ (ପ୍ରବେଶନ) ରିହାନ ଖତ୍ରୀ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ରେଢ଼ାଖୋଲ ଉପଜିଲ୍ଳାପାଳ ପବିତ୍ର ବେହେରା ସମେତ ବିଜ୍ଞାପିତ ଅଞ୍ଚଳ ଇଓ, ସମସ୍ତ ବିଡ଼ିଓ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମେତ ଜିଲ୍ଲା ହକି ସଂଘ ତରଫରୁ ପୂର୍ବତନ ଆନ୍ତର୍ଜାତୀୟ ହକି ଖେଳାଳି ଆଗ୍ନେଲିଆଲ ଲୁଗୁନ, ଜାତୀୟ ଖେଳାଳୀ ଚୁମକିଲତା ହେମ୍ବ୍ରମ, ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ଉପେନ୍ଦ୍ର ଶତପଥୀ, ଜିଲ୍ଳା ହକି ସଂଘର ସଦସ୍ୟ ଲଷ୍ମୀଧର ମହାନ୍ତି, ମାନେଶ୍ୱର ହାଇସ୍କୁଲର କ୍ରୀଡା ଶିକ୍ଷକ ସରସ୍ୱତୀ ସେଠୀ ଓ ଫିଜିକାଲ ଏଜୁକେସନ ଇନିସ୍ପେକ୍ଟର ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − 7 =