ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା

0 182

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ । ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନି ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ସେ ୨୦୨୧ ମସିହା ରେ ବିଶ୍ୱ ବିଦ୍ୟାଳୟସ୍ତରୀୟ( ଏମ୍‌ ଏ ଇନ ପୋଲିଟିକାଲ ସାଇନ୍ସ) ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱ ବିଦ୍ୟାଳୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିପାରିଛନ୍ତି । ସେ ତାଙ୍କ ଯୋଗ୍ୟତା ପାଇଁ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ସୋନାଲି ଦେଓ ମେମୋରିଆଲ ଓ ଗଗନ ବିହାରୀ ଚାନ୍ଦ ମେମୋରିଆଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ବନମାଳୀ ପଟ୍ଟନାୟକ ଅର୍ଥ ରାଶି ପୁରସ୍କାର ପାଇଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟ ଅନୁକୂଲ୍ୟରେ ଏମକେସିଜି ଅଡିଟୋରିୟମରେ ଆୟୋଜିତ ୫୧ ତମ ସମାବର୍ତ୍ତନ ଉତ୍ସବରେ ଦାରିଙ୍ଗବାଡ଼ିର ଏହି ଛାତ୍ରୀ ଜଣଙ୍କର ସବୁଠାରୁ ଅଧିକ ମାର୍କ ଥିବା ହେତୁ ଏହି ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି । ସୂଚନା ପ୍ରକାରେ ରୁନିତାଙ୍କ ପିତା ବିସିକେଶନ ପ୍ରଧାନ ଛୋଟ ମୋଟ ବ୍ୟବସାୟ କରୁଥିବା ବେଳେ ମାତା ସନ୍ତୋସିନୀ ପ୍ରଧାନ ତାଙ୍କୁ ସହଯୋଗ କରୁଛନ୍ତି । ବର୍ତ୍ତମାନ ପୁରସ୍କୃତ ହୋଇଥିବା ରୁନିତା ପ୍ରଥମରୁ ୩ୟ ଡବେରୀ ସେବାଶ୍ରମରେ ଅଧ୍ୟୟନ କରିଥିବା ବେଳେ ୪ର୍ଥ ରୁ ୫ମ ଦାରିଙ୍ଗବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଷ୍ଠରୁ ଅଷ୍ଟମ ମହାସିଙ୍ଗ ଓ ନବମରୁ ୧୦ମ ସରକାରୀ ଉଚ୍ଚ ବିଦ୍ୟାଳୟ ଦାରିଙ୍ଗବାଡ଼ିରେ ପାଠ ପଢ଼ିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ସେ ଭୁବନେଶ୍ୱରରେ ରମାଦେବୀ କଲେଜ ଠାରୁ ଆରମ୍ଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଏମ. ଏ ପାଠ୍ୟକ୍ରମ ଶେଷ କରିଛନ୍ତି । ରୁନିତାଙ୍କ ଏଭଳି ସଫଳତା ପାଇଁ ଅଞ୍ଚଳବାସୀଙ୍କ ସମେତ ତାଙ୍କ ସହପାଠୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ରୁନିତା ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣିବା ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =