ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି

0 55

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାଙ୍କ ଉପରେ ଗ୍ରାମର କେତେକ ଜଣ ଅଭିଯୁକ୍ତ ଆକ୍ରୋଶମୂଳକ ମନଭାବ ନେଇ ଗାଁ ଦାଣ୍ଡରେ ବାଡ଼ି ଠେଙ୍ଗାରେ ଆକ୍ରମଣ କରିଥିଲେ । ଏନେଇ ଖପ୍ରାଖୋଲ କେଶ୍‌ ନଂ ୧୪୯/୨୧ , ଦଫା ୩୪୧,୨୯୪,୩୨୩,୫୦୬/୩୪,୩(୧) (ଆର୍‌),(ଏସ) ୨( ଭିଏ) ଏସ୍‌ ଟି ,(ପିଏଓ ) ଦଫା ଅନୁସାରେ ଥାନା ରେ ହୋଇଥିବା ଏତଲା କ୍ରମେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ କୋଶଳ ରାଜ୍ୟ ସମ୍ବନିୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁସାରେ ଗତ ୨.୧୦ ରାତିରେ ରାଜୀବ ରଞ୍ଜନଙ୍କୁ ଅଭିଯୁକ୍ତମାନେ ନିଜେ ଚେତାଶୂନ୍ୟ ଅବସ୍ଥାରେ ଖପ୍ରାଖୋଲ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପାଟଣାଗଡ଼ ପରେ ବଲାଙ୍ଗୀର ଜିଲ୍ଲା ଭିମଭୋଇ ମେଡିକାଲ କଲେଜ ରେ ଚିକିତ୍ସିତ ହେଉଛନ୍ତି । ହେଲେ ଘଟଣା ୫ ଦିନ ବିତିଯାଇଥିଲେ ମଧ୍ୟ ଖପ୍ରାଖୋଲ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ସୁରକ୍ଷା ଦେଉଛି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ କୋଶଳ ରାଜ୍ୟ ସମ୍ବନିୟ ସମିତି ଉଭୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆସନ୍ତା ୯ ରେ ଉଭୟ ସଂଘ ପକ୍ଷରୁ ଖପ୍ରାଖୋଲ ଥାନା ଘେରାଉ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଯୁଗ୍ମ ସଂପାଦକ ଗିରିରାଜ ଭୋଇ, ଧୁବଲେଶ୍ୱର ଭୋଇ, ନିତ୍ୟାନନ୍ଦ ଶବର ,କୋଶଳ ରାଜ୍ୟ ସମ୍ବନିୟ ସମିତି ପକ୍ଷରୁ ଅଚ୍ୟୁତ ସିପୁନ ଖମାରି ବନମାଳୀ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 13 =