ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ : ଶ୍ରମିକଙ୍କୁ ବକେୟା ମଜୁରୀ ଟଙ୍କା ନମିଳିବାରୁ କାମ ବନ୍ଦ କଲେ ଶ୍ରମିକ

0 100

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ଉପରେ ସେତୁ ନିର୍ମାଣ କାମ ଦିନକୁ ଦିନ ସରି ସରି ଆସୁଥିବା ବେଳେ କାମ କରୁଥିବା ଶ୍ରମିକଙ୍କ ବକେୟା ଟଙ୍କା ଏପର୍ଯ୍ୟନ୍ତ ନମିଳିବାରୁ ସ୍ଥାନୀୟ ଶ୍ରମିକମାନେ ଚାଲୁଥିବା ଆପ୍ରଚ ରୋଡ଼ କାମକୁ ସୋମବାର ଦିନ ବନ୍ଦ ରଖିଥବା ଜଣାପଡିଛି । ବର୍ତ୍ତମାନ ମହାନଦୀ ସେତୁ କାମ ସମ୍ପୂର୍ଣ୍ଣ ସରିଥିବା ବେଳେ ଉଭୟ ସାଇଟରେ ଆପ୍ରଚ ରୋଡ଼ କାମ ଜୋରସୋର ଭାବରେ ଚାଲିଛି । କିନ୍ତୁ ପୂର୍ବରୁ ସେତୁ କାମ କରିଥିବା ଶ୍ରମିକ ବା ଅନନ୍ୟ କ୍ଷେତ୍ରରେ କାମ କରିଥିବା ଶ୍ରମିକଙ୍କ ଏପର୍ଯ୍ୟନ୍ତ ବକେୟା ମଜୁରୀ ଟଙ୍କା ମିଳିନଥିବାରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ବର୍ତ୍ତମାନ ଚାଳୁଥିବା ଆପ୍ରଚ ରୋଡ଼ କାମକୁ ବନ୍ଦ ରଖିଥବା ଜଣାପଡିଛି । ଅନ୍ୟପଟେ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ଚନ୍ଦରେଶ ପଟେଲଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଶ୍ରମିକଙ୍କ କୌଣସି କଥାକୁ ଶୁଣୁନଥିବା ବେଳେ ଅନ୍ୟପଟେ ବିଲ ହେଲେ ଆଜି ମିଳିବ କାଲିମିଳିବ କହି ଦିନ ଗଡାଉଥିବା ନେଇ ଶ୍ରମିକଙ୍କ ଭିତରେ ଅଭିଯୋଗ ହେଉଛି । ଏନେଇ ବୌଦ୍ଧ ପୂର୍ତ୍ତବିଭାଗର ଅଧିକାରୀ ପ୍ରଭାତ ଦାସଙ୍କୁ ପଚାରିବାରୁ ଯେ ଆମେ ଠିକା ସଂସ୍ଥାର ଯେକୌଣସି କାମର ବିଲ ଆସିଲେ କୌଣସି ବିଲକୁ ଆମେ ରଖୁନୁ । ସେଠାରେ ଶ୍ରମିକଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କୌଣସି ଭୁଲଭାଲ ଥାଇପାରେ ବୋଲି କହିଥିଲେ । ପରେ ଏସମ୍ପକରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ । ତେଣୁ ବର୍ତ୍ତମାନ ଧଳପୁର-ଆଠମଲ୍ଲିକ ସେତୁ କାମ ସମ୍ପୂର୍ଣ୍ଣ ଅବସ୍ଥାରେ ପହଁଚି ଥିବା ବେଳେ ଖୁବ ଶୀଘ୍ର ସେତୁର ଶୁଭ ଉଦଘାଟନ ହେବ ବୋଲି ଜଣାପଡୁଛି । ଏପଟେ ଶ୍ରମିକମାନଙ୍କୁ ବକେୟା ମଜୁରୀ ମିଳିନଥିବା ଏବଂ ଠିକା ସଂସ୍ଥା କାମ ସାରି ଉକ୍ତ ସ୍ଥାନରୁ ଯିବା ପୂର୍ବରୁ ଶ୍ରମିକଙ୍କ ବକେୟା ମଜୁରୀ ଟଙ୍କା ତୁରନ୍ତ ଦେବାସହ ବୌଦ୍ଧ ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 3 =