କାର୍ଯ୍ୟକ୍ଷମ ହେଉନି ବସୁଧା ଯୋଜନା,ପାନୀୟ ଜଳ ଅଭାବରେ ଛଟପଟ ସିର୍କି ଗ୍ରାମବାସୀ

0 58

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକା ପଡ଼ି ପଞ୍ଚାୟତ ସିର୍କି ଗ୍ରାମ ୧୪୦ରୁ ଅଧିକ ପରିବାର ଥିବାବେଳେ ଜନସଂଖ୍ୟା ପ୍ରାୟ ୯୦୦ ରୁ ୧୦୦୦ ହେବ । ଏହି ଗ୍ରାମରେ ସରକାରଙ୍କ ବସୁଧା ଜଳ ଯୋଜନାରେ ଟାଙ୍କି ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମବାସୀ ଜଳ କଷ୍ଟରେ ଜୀବନ ଅତିବାହିତ କରୁଥିବା ଅଭିଯୋଗ କରିଛନ୍ତି । ସରକାର କୋଟି କୋଟିଟଙ୍କା ବ୍ୟୟ କରି ଜଳ ଅଭାବ ଜନିତ କଷ୍ଟର ନିବାରଣ ପାଇଁ ବସୁଧା ଯୋଜନା ଦ୍ୱାରା ଜନସାଧରଣଙ୍କୁ ପିଇବା ପାଣି ଦେବାକୁ ଗାଁଗାଁରେ ପ୍ରକଳ୍ପ କରିଥିଲେ ମଧ୍ୟ ତାହା ସିର୍କି ଗ୍ରାମଠାରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ବର୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପାଣି ସମସ୍ୟା ପାଇଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସରକାରଙ୍କ କୋଟି କୋଟିଟଙ୍କା ବ୍ୟୟ ବରାଦ ହୋଇ ଏକ ବର୍ଷ ରୁ ଉର୍ଦ୍ଧ ହେବ ଗାଁରେ ପମ୍ପ ହାଉସ, ଓଭର ହେଡଟାଙ୍କି, ସ୍ୱତନ୍ତ୍ର ବିଦ୍ୟୁତ ଟ୍ରାନ୍ସଫର୍ମର, ସବୁ ସାହି ଓ ଘରଘରକୁ ପାଇପ୍‌ ସଂଯୋଗ ହୋଇସାରିଛି କିନ୍ତୁ ପାଣି ମିଳୁନାହିଁ । କାରଣ ଖୋଳା ହୋଇଥିବା କୂଅରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଝରୁନଥିବା ବେଳେ ମଟର ଚାଲିବା ପାଇଁ ଆବଶ୍ୟକ ମାତ୍ରାରେ ବିଦ୍ୟୁତ୍‌ ଯୋଗାଣ ହୋଇପାରୁନାହିଁ । ଯାହା ଫଳରେ ମଟର ଅନ କଲେ ଫିଉଜ ଚାଲିଯାଉଛି । ଏ ବିଷୟରେ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କୁ କହିଲେ ସେ କହୁଛନ୍ତି ବର୍ତ୍ତମାନ ଯାଏଁ ଠିକାଦାର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପଞ୍ଚାୟତ ବିଭାଗକୁ ହସ୍ତାନ୍ତର କରିନାହାନ୍ତି । ଠିକାଦାର ମହାଶୟ ଯାହାକୁ ଦାୟିତ୍ୱ ଦେଇଛନ୍ତି ସେ ଏ ସମସ୍ତ ବିଷୟ ପରିଚାଳନା ନିମନ୍ତେ ଅନଭିଜ୍ଞ ଥିବାବେଳେ ବିଭାଗୀୟ ଜଳଯୋଗାଣ ଯନ୍ତ୍ରୀ ନୀରବ ରହିଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁରେ ନା ଅଛି ପୋଖୋରୀ ନା ଅଛି କୂଅ, ପାଣି ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସୀ । ବହୁତ ଥର ଅଭିଯୋଗ ହୋଇଛି କିନ୍ତୁ କୌଣସି ସୁଫଳ ମିଳିନାହିଁ ବୋଲି ମତ ଦେଇଛନ୍ତି ଗ୍ରାମବାସୀ । ସରକାରଙ୍କୁ ନିବେଦନ କରିଛନ୍ତି ଏତେଟଙ୍କା ଦେଇ ବସୁଧା ଯୋଜନା ତ ଦେଲେ ହେଲେ ତାକୁ କାର୍ଯ୍ୟକ୍ଷମ କଲେ ଆମେ ଅଞ୍ଚଳ ବାସି ଭଲ ପାଣି ପାଇପାରିବୁ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 17 =