ଉପଜିଲ୍ଲାପାଳଙ୍କ ପାତରଅନ୍ତର ଏବଂ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମଲେଇ ସେନାର ଧାରଣା

0 200

ପାଟଣାଗଡ଼ : ହରିଶଙ୍କର ମହୋତ୍ସବରେ ଚାଲିଛି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ମନମାନୀ । ଏ ଅଞ୍ଚଳର କଳା ସଂସ୍କୃତି ପରମ୍ପରା ଉପରେ ଅବଗତ ନଥିବା ଉପଜିଲ୍ଲାପାଳ ହରିଶଙ୍କର ମହୋତ୍ସବ ଆରମ୍ଭରୁ ବିବାଦକୁ ଆସିଥିଲେ । ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ଅନେକ ସ୍ୱେଚ୍ଛାସେବୀ ସଂଗଠନ ଭକ୍ତ ଏବଂ ଦର୍ଶକଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥାଆନ୍ତି । ସେହିଭଳି ସମଲେଇ ସେନା ମଧ୍ୟ ଆଜି ଅନ୍ନଭୋଗ ବଣ୍ଟନ ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇଥିଲେ । ଆଜି ଦିନ ୧୧ ଟା ବେଳେ ସମଲେଇ ସେନା ରାସନ ସାମଗ୍ରୀ ଧରି ହରିଶଙ୍କର ପହଞ୍ଚିବା ପରେ ଉପଜିଲ୍ଲାପାଳ ସେମାନଙ୍କୁ ମେଳା ଭିତରକୁ ପ୍ରବେଶ ପାଇଁ ଅନୁମତି ତ ଦେବା ଦୂରର କଥା ଟାଣ ଖରାରେ ୩ ଘଣ୍ଟା ଅଟକ ରଖିବା ସହ ଦୂର୍ବ୍ୟବହାର ପ୍ରଦର୍ଶନ କରିଥିବା ସମଲେଇ ସେନା ସଭାପତି ଅଭିଯୋଗ କରିଛନ୍ତି । ଯାହାଫଳରେ ସମଲେଇ ସେନାର କର୍ମୀ ଲଜ୍ଜିତ ହୋଇ ପାଟଣାଗଡ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଅନ୍ୟ ସଙ୍ଗଠନକୁ ଅନ୍ନଭୋଗ ବଣ୍ଟନ ପାଇଁ ଅନୁମତି ଦେଇଥିବା ବେଳେ ଆମକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ଯାତ୍ରା ଉପଭୋଗ କରିବା ପାଇଁ ମଧ୍ୟ ସମଲେଇ ସେନାକୁ ଅନୁମତି ଦେଇନଥିଲେ ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − sixteen =