ରେଢ଼ାଖୋଲରେ ଜିଲ୍ଲାପାଳଙ୍କ ସମୀକ୍ଷା ଓ ୧୦୭ ଅଭିଯୋଗ ଶୁଣାଣି

0 105

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଜି ରେଢ଼ାଖୋଲ ଗସ୍ତ କରି ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଇଥିବା ରେଢ଼ାଖୋଲର ଜିଏଚ ହାଇସ୍କୁଲ, ଲୁହାପଙ୍କ ଗ୍ରାମପଞ୍ଚାୟତର ବୈଷ୍ଣବଝୁଲିରେ ଥିବା ଓଡ଼ିଶା ଜୀବିକା ମିଶନ ଅଧିନସ୍ତ ବାୟ-ଫ୍ଲୋକ କ୍ଳଷ୍ଟର, ରେଢ଼ାଖୋଲ ଅଧିସୂଚିତ ଆଞ୍ଚଳିକ ପରିଷଦ ଅନ୍ତର୍ଗତ ହଳଦିଘାଟରେ ମଡେଲ ମଶାଣି, ରେଢ଼ାଖୋଲ ବସଷ୍ଟାଣ୍ଡ ଏବଂ ଷ୍ଟାଡିୟମ, ଫରେଷ୍ଟ ଇକୋ ପାର୍କ, ଟାଉନ ହଲ, ଅଭ୍ୟର୍ଥନା କେନ୍ଦ୍ର, ପୋଲିସଥାନା, ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଷ୍ଟାଡିୟମ ପାଇଁ ସ୍ଥାନ, ବଡ଼ବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲଇଣ୍ଡାମାଲରେ ଥିବା ପ୍ରଗତି ପେପର ପ୍ଲେଟ କେନ୍ଦ୍ର, କଦଳିଗଡ ମେଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଭୀମଭୋଇ ସ୍ମୃତି ପୀଠ, ହ୍ୟାଣ୍ଡଲୁମ ପିଜି, ଚାରମାଲ ସ୍ଥିତ କଲ୍ୟାଣ ମଣ୍ଡପ, ଗ୍ରାମୀଣ ପାର୍କ ଏବଂ ଗ୍ରାମୀଣ ହାଟ ଇତ୍ୟାଦି ପରିଦର୍ଶନ କରି ବିଭାଗୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିଛନ୍ତି ।

hiring

ଜିଲ୍ଲାପାଳଙ୍କ ପରିଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜି ଜିଲ୍ଳାପାଳ ଦିନର ପ୍ରଥମାର୍ଦ୍ଧରେ ରେଢ଼ାଖୋଲ ବ୍ଲକ ସମ୍ମିଳନୀ କକ୍ଷରେ ମୋଟ ୧୦୭ଟି ଜନ ଅଭିଯୋଗ ଶୁଣି ତାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ମଧ୍ୟରୁ ୮୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୬ଟି ସାମୂହିକ ଓ ଗ୍ରାମୀଣ ସମସ୍ୟା ରହିଥିଲା ।

hiranchal ad1
Leave A Reply

Your email address will not be published.

three + six =