ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌, ୮ ଆହତ

0 151

ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା-ଗଣିଆଁ ରାସ୍ତାର ଘୋଳାହାଣ୍ଡି ଛକ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍‌ । ଦଶପଲ୍ଲା ରୁ ଭୁବନେଶ୍ୱର ଯାଉଥିବା ଗଣେଶ ବସ୍‌ ସହିତ ଏକ ଆଇଚର୍‌ ଟ୍ରକ ପରସ୍ପରକୁ ସାଇଡ଼୍‌ ଦେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣାରେ ଦୁଇ ଗାଡିର ଡ଼୍ରାଇଭର୍‌ ସୁରକ୍ଷିତ ଥିବାବେଳେ ୮ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

3 × 2 =