ଦୂରହେବ ଛାମୁଣ୍ଡିଆ ଅଂଚଳର ସମସ୍ୟା, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ ଟାୱାର୍‌

0 53

ଦଶପଲ୍ଲା : ସାଂପ୍ରତିକ ସମାଜରେ,ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି । ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରଖିଛନ୍ତି । ଏ ପରିପ୍ରେକ୍ଷୀରେ ଗଣିଆ ବ୍ଲକ ଛାମୁଣ୍ଡିଆ ଅଞ୍ଚଳର କେତେକ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ ହୋଇପଡିଥିବା ଦେଖାଯାଇଛି । ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପେକ୍ଷୀରେ ଛାମୁଣ୍ଡିଆ ପଞ୍ଚାୟତର ଛାଡମୂଳ, ମହୁକଣ, ଉପର ମହୁକଣ, ବୁଟୁବୁରେଇ, ଭଗାମୁଣ୍ଡା, କୁମ୍ଭୀରଖଣି, ଧୋବାବୋରେଇ, ରାଜିଙ୍ଗି, ମହନାପଦା, ଯଶିପୁର, ବଡମୂଳ, ମାଳିସାହି ଆଦି ଗ୍ରାମବାସୀଙ୍କ ପାଇଁ ଏହିଭଳି ସମସ୍ୟା ଉପୁଜିଥିବା ବେଳେ ଏହାର ସମାଧାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା ।

hiranchal ad1
Leave A Reply

Your email address will not be published.

four × 3 =