ଭିଜିଲାନ୍ସ ପଞ୍ଝାରେ ପାଟଣାଗଡ଼ ଓ ପରୁଆଭାଡି ବିଟ୍‌ ଫରେଷ୍ଟ ଗାର୍ଡ

0 140

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ପାଟଣାଗଡ ସେକସନ ଅନ୍ତର୍ଗତ ପାଟଣାଗଡ଼ ଓ ପରୁଆଭାଡି ବିଟ୍‌ ଫରେଷ୍ଟଗାର୍ଡ ଲକ୍ଷ୍ମୀନାରାୟଣ ସ୍ୱାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କଠାରୁ ସନ୍ଧ୍ୟା ୫ଟା ସମୟରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ବନ ବିଭାଗ ପକ୍ଷରୁ ପୋଡଛାପର ଗାଁରେ ମହାତ୍ମାଗାନ୍ଧୀ କର୍ମ ନିଶ୍ଚିତ ନିଯୁକ୍ତି ଯୋଜନାରେ କାମ ଚାଲିଥିବା ବେଳେ ଉକ୍ତ କାମକୁ ପୋଡଛାପର ବନ ସଂରକ୍ଷଣ ସମିତିର ସଭାପତି ଦେଖାଶୁଣା କରୁଥିଲେ । ଏହି କାମରେ ଜଣେ ଶ୍ରମିକଙ୍କ ନାମରେ ମଷ୍ଟରରୋଲ ତିଆରି କରାଯାଇଥିଲା । ହେଲେ ପାରିଶ୍ରମିକ ଟଙ୍କା ଅନ୍ୟ ଜଣଙ୍କର ନାମରେ ଥିବା ପାସବୁକରେ ୧୬ ହଜାର ଟଙ୍କା ଜମା କରାଯାଇଥିଲା । ଉକ୍ତ ଜମା ଟଙ୍କାକୁ ବନସୁରକ୍ଷା ସମିତିର ସଭାପତି ଫରେଷ୍ଟ ଗାର୍ଡ ଶ୍ରୀ ସ୍ୱାଇଁଙ୍କ ପାଖକୁ କିଛିଦିନ ପୂର୍ବରୁ ଭାଗବଣ୍ଟା ପାଇଁ ଆସିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଏହାପରେ ବନ ସଂରକ୍ଷଣ ସଭାପତି ଜଣକ ସମ୍ବଲପୁର ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ସନ୍ଧ୍ୟା ୫ଟା ସମୟରେ ପାଟଣାଗଡ ରେଞ୍ଜ ଅଫିସ ଭିତରେ ଥିବା ତାଙ୍କ ସରକାରୀ ବାସଭବନରେ ସଭାପତିଙ୍କଠାରୁ ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ଉକ୍ତ ଟଙ୍କା ଜବତ କରିଥିଲେ । ଏନେଇ ଭିଜିଲାନ୍ସ କେସ୍‌ ନଂ ୩୪/୨୨ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମିଳିବା ପର୍ଯ୍ୟନ୍ତ ଫରେଷ୍ଟଗାର୍ଡ ଶ୍ରୀ ସ୍ୱାଇଁଙ୍କ ପୈତୃକ ବାସଭବନ ସହ ଅନ୍ୟ ଦୁଇଟି ଜାଗାରେ ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

18 − three =