ଟିଏନଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା

0 39

ଗଞ୍ଜାମ: ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି ପୂର୍ବରୁ ଟି.ଏନ.ଟି ସ୍କିଲ ସେଣ୍ଟରରେ ତିନି ସପ୍ତାହର ଏକ ୱେବସାଇଟ୍‌ ବିକାଶ କର୍ମଶାଳା ଆୟୋଜିତ ହେଇଥିଲା । ୨୦ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଥିପାଇଁ ନିୟମିତ କ୍ଲାସ ହେଇଥିଲା । ୩୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉକ୍ତ କର୍ମଶାଳାରେ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତାରେ ଅଭିବୃଦ୍ଧି ଆଣିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିନା କୋଡିଂରେ ବି ଯୁବକଯୁବତୀ କିପରି ସୁନ୍ଦର, ବୃତ୍ତିଗତ, ଓ ବ୍ୟବସାୟ ଉପଯୁକ୍ତ ୱେବସାଇଟ୍‌ ବନେଇପାରିବେ ତାହା ଉକ୍ତ କର୍ମଶାଳାରେ ଶିଖାଯାଇଥିଲା । ଏହା ବ୍ୟତୀତ ଗ୍ରାଫିକ୍ସ, ଏସ.ଇ.ଓ, କଣ୍ଟେଣ୍ଟ ରାଇଟିଙ୍ଗ, ଏବଂ ଅନଲାଇନ ସେଲିଂ ବିଷୟରେ ବି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଟି.ଏନ.ଟି ସ୍କିଲ ସେଣ୍ଟରର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅଜୟ ଦ୍ୱିବେଦୀ ଓ ଏହି ସେଣ୍ଟରର ପ୍ରଶିକ୍ଷକ ଶିବାନନ୍ଦ ପଣ୍ଡାଙ୍କ ତତ୍ତ୍ୱାବଧନରେ ଉକ୍ତ କର୍ମଶାଳା ଅନୁଷ୍ଠିତ ହେଇଥିଲା । ଛାତ୍ରଛାତ୍ରୀ ବି ୱେବସାଇଟ୍‌ ବିକାଶ ବିଷୟରେ ଅବଗତ ହେବାପରେ ଏହି ଦିଗରେ କାର୍ଯ୍ୟକରିବା ପାଇଁ ଉତ୍ସୁକ ହୋଇଉଠିଛନ୍ତି । ଗତ ରବିବାର ସାର୍ଟିଫିକେଟ ବଣ୍ଟନ ପାଇଁ ପୋଚିଲିମା କଲେଜର ବାଣିଜ୍ୟ ଅଧ୍ୟାପକ କେ. କୃଷ୍ନମୂର୍ତ୍ତି ଦାସଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଶ୍ରୀ କୃଷ୍ନମୂର୍ତ୍ତି ଦାସ ଓ ଶ୍ରୀ ଅଜୟ ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶର ଗୁରୁତ୍ୱ ବୁଝାଇଥିଲେ ଓ ବିକଶିତ ସମାଜରେ କିପରି ଉପଯୁକ୍ତ ଦକ୍ଷତାର ଅଭାବ ବେକାରୀ ସମସ୍ୟା ସୃଷ୍ଟି କରେ ତାହା ଉପରେ ଆଲୋକପାତ କରିଥିଲେ । ୱେବସାଇଟ୍‌ ବିକାଶ କର୍ମଶାଳାର ଏହି ପ୍ରଥମ ବ୍ୟାଚ୍‌ ସଫଳତାର ସହ ଆୟୋଜିତ ହେଇଥିଲା । ଆସନ୍ତା ଭବିଷ୍ୟତରେ ଏପରି ଅନେକ କର୍ମଶାଳା ମାଧ୍ୟମରେ ସାମ୍ପ୍ରତିକ ଛାତ୍ରସମାଜରେ ବୈଷୟିକ ଦକ୍ଷତାର ପ୍ରଚାର ପ୍ରସାର କରିବା ଆମର ଲକ୍ଷ୍ୟ ରହିଛି ବୋଲି ଦ୍ୱିବେଦୀ ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

three + three =