ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି । ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । ଅନ୍ୟପଟେ ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଂଗ ଥିବାରୁ ଏହି ଅଧିବେଶନ ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି।
