ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ

0 50

ଭୁବନେଶ୍ଵର : ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।

hiring

ରାଜସ୍ଵ କହିଛନ୍ତି ଯେ, ଏସଆଇଆର କାମ ଚାଲିଛି। ଯେଉଁମାନେ ପ୍ରକୃତରେ ଭାରତୀୟ ନୁହନ୍ତି ସେମାନଙ୍କର ଭୋଟର ତାଲିକାରୁ ନାଁ କାଟିବାର ପ୍ରକ୍ରିୟା ଚାଲିଛି। ଅନୁପ୍ରବେଶକାରୀଙ୍କ ସବୁଠୁ ବଡ଼ ରାଜ୍ୟ ହେଉଛି ପଶ୍ଚିମ ବଙ୍ଗ। ସେଠି ଏବେ ଅନୁପ୍ରବେଶକାରୀଙ୍କୁ ତଡିବା ପ୍ରକ୍ରିୟା ଆରାମ୍ଭ ହୋଇଛି। ଓଡ଼ିଶାରେ ଥିବା ୩୦୦ ଅନୁପ୍ରବେଶକାରୀଙ୍କୁ ପୁଲିସ ଅଟକ ରଖିଥିଲା। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ସାରା ଦେଶ ଚଳଚଞ୍ଚଳ ହେବ। ଓଡ଼ିଶାରୁ ଏବଂ ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯିବ।

hiranchal ad1
Leave A Reply

Your email address will not be published.

three × 4 =