ଦୀର୍ଘ ୬ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର

0 62

ପୁରୀ- ପ୍ରତୀକ୍ଷାର ଅନ୍ତ ଘଟିଛି | ଦୀର୍ଘ ୬ବର୍ଷ ପରେ ଶେଷରେ ଆଜିଠାରୁ ମହାପ୍ରଭୁଙ୍କ ଜନ୍ମ ବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି | ଆଜି ଶୁଭ ମୂହୁର୍ତ୍ତ ସକାଳ ୭.୪୫ ମିନିଟ୍ ସମୟରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଡିଆ ବାଡେଇ,ଦୀପ ଲଗାଇ,ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,ପୁରୀ ଏସପି ପ୍ରତୀକ୍ ସିଂ,ପରିଚାଳନା କମିଟିର ସଦସ୍ୟ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସକାଳ ୭.୪୫ମିନିଟରେ ଖୋଲିଛି ଶ୍ରୀଗୁଣ୍ଡିଚା ମନ୍ଦିର। ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କୁ ଫୁଲ,ଚନ୍ଦନ, ଓ ପତାକା ଦେଇ ଗୁଣ୍ଡିଚା ମନ୍ଦିରକୁ ସ୍ୱାଗତ କରାଯାଇଥିବା ବେଳେ କେବଳ ସିଂହଦ୍ଵାର ଦେଇ ପ୍ରବେଶ ଓ ପ୍ରସ୍ଥାନର ରହିଛି ବ୍ୟବସ୍ଥା। ତିନିଦିନ ଧରି ଭକ୍ତମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ | ପ୍ରତିଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ଗୁଣ୍ଡିଚା ମନ୍ଦିର | ତିନିଦିନ ନିଶୁଳ୍କ ପ୍ରବେଶ ପରେ ପ୍ରତ୍ୟକଟି ଭକ୍ତ ୧୦ ଟଙ୍କା ଦେଇ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ, ୮୦ ବର୍ଷରୁ ଉର୍ଦ୍ଧ ଏବଂ ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ରହିଛି ନିଶୁଳ୍କ ପ୍ରବେଶ। ସେପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ବେଳେ ଦିବ୍ୟାଙ୍ଗ ଭକ୍ତ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନ୍ୟପଟେ ବିନା ମୂଲ୍ୟରେ ଜୋତା,ମୋବାଇଲ୍ ଫୋନ୍ ରଖିବା ପାଇଁ ଗୁଣ୍ଡିଚା ମନ୍ଦିର ବାହାରେ ଷ୍ଟାଣ୍ଡ କରାଯାଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି |
ଭଲକରି ନଜର ପକାନ୍ତୁ ଏହା ଦୁଇଟି ଭିଜୁଆଲ୍ ଉପରେ। ଗୁଣ୍ଡିଚା ମନ୍ଦିର ବନ୍ଦ ସମୟରେ କିଭଳି ଭକ୍ତମାନେ ବାହାରୁ ମୁଣ୍ଡିଆ ମାରି ମନଦୁଃଖରେ ଫେରିଯିବା ସହ ମହାପ୍ରଭୁଙ୍କ ଏହାର କିମ୍ବଦନ୍ତୀ ଜାଣିବାରୁ ବଞ୍ଚିତ ରହୁଥିଲେ । ଏବେ ନଜର ପକାନ୍ତୁ ଆଜିର ଭିଜୁଆଲ୍ ଉପରେ। ଆଜି ଗୁଣ୍ଡିଚା ମନ୍ଦିର ଖୋଲିବା ପରେ ଇଏ ହେଉଛି ଭକ୍ତଙ୍କ ଭିତରେ ଥିବା ଉତ୍ସାହ। ତେବେ ଦୀର୍ଘବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ କରି ଭକ୍ତମାନେ ଭାବବିହୋଳ ହେବାସହ ପ୍ରଶାସନର ପଦକ୍ଷେପ କୁ ସ୍ୱାଗତ କରିଛନ୍ତି |
ଦୀର୍ଘ ୬ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିଥିବା ବେଳେ, ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ କେବେ ମିଳୁଛି ତାହା ଉପରେ ସହରବାସୀଙ୍କ ନଜର ରହିଛି।

hiranchal ad1
Leave A Reply

Your email address will not be published.

five − two =