ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ

0 41

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମେଡିକାଲରୁ ବିଚାରାଧୀନ କଏଦୀ ଫେରାର ଘଟଣା । ଫେରାର ହେବାର ୩୬ଘଣ୍ଟା ପରେ ବି ତାର ପତ୍ତା ମିଳିନି । ଗତକାଲି ଚିକିତ୍ସା ପାଇଁ ଆସିଥିବା ବେଳେ ଶୌଚ ଯିବା ବାହାନାରେ ଫେରାର ହୋଇ ଯାଇଥିଲା କଏଦୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କଏଦୀ ନିଜ ଘରକୁ ଯାଇ ତାର ସ୍ତ୍ରୀକୁ ଧରି ଚମ୍ପଟ ହୋଇ ଯାଇଛି । ଏହି ଫେରାର କଏଦୀ ଜଣକ ହେଉଛି ସଦର ଥାନା ରୁପାବାହାଲ ଗାଁର ଟେକଚାନ୍ଦ ବେହେରା । ହତ୍ୟା ଅଭିଯୋଗ ରେ ଗତ ଏପ୍ରିଲ ମାସରୁ ସେ ଜେଲରେ ଥିଲା । ଫେରାର ହେବା ନେଇ ସୂଚନା ପରେ ଟାଉନ୍ ଥାନା ପୋଲିସ ର ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।  

hiranchal ad1
Leave A Reply

Your email address will not be published.

16 − five =