କାଳ ହେଲା ମାଛ ଧରିବା, ପାଣିରେ ବୁଡି ଧୀବର ମୃତ

0 227

ହରଭଙ୍ଗା : ଜୀବନ ଜୀବିକା ନେଲା ନିରୀହ ଜୀବନ । ଏମିତି ଏକ ଘଟଣା ଆଜି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ପାଲି ଗ୍ରାମରେ ଘଟିଛି । ସୂଚନା ମୁତାବକ କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫)ଜଣେ ଧିବର (କୈବର୍ତ୍ତ )ସମ୍ପ୍ରଦାୟର ହୋଇଥିବା ବେଳେ ନିଜ କୁଳ ବେଉସା ମାଛ ମାରି ତାର ପରିବାର ପ୍ରତି ପୋଷଣ କରୁଥିଲେ । ଆଜି ପ୍ରତିଦିନ ଭଳି ଲଷ୍ମୀ ନାଳକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ସୁନିଲର ମୃତ ଦେହକୁ ନାଳରୁ ଉଦ୍ଧାର କରି ଘରକୁ ଆଣିବା ପରେ ୧୦୮ଆମ୍ବୁଲାନ୍ସକୁ ଖବର ଦେବା ସହିତ ପୁରୁଣାକଟକ ଥାନାକୁ ଖବର ଦେଇଥିଲେ । ଆମ୍ବୁଲାନ୍ସରେ ମୃତ ଶରୀରକୁ ପୁରୁଣାକଟକ ଡାକ୍ତରଖାନାକୁ ନେଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ ପରେ ମୃତ୍ୟୁର ସଠିକ ତଥ୍ୟ ମିଳିବ ବୋଲି ପୁରୁଣାକଟକ ପୋଲିସ ପକ୍ଷରୁ ସୂଚନା ମିଳିବା ସହିତ ପୋଲିସ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ଏପଟେ ସୁନିଲର ବିଧବା ମା ଓ ସ୍ତ୍ରୀ,ଛୋଟ ଛୋଟ ଦୁଇ ପୁଅ ଓ ଏକ ଝିଅ ଅନାଥ ହୋଇଥିବା ନେଇ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − twelve =