ହାଇବା ଧକ୍କାରେ ବୃଦ୍ଧ ମୃତ, ସହାୟତା ପ୍ରଦାନ

0 347

ହରଭଙ୍ଗା :ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ପେଟ୍ରୋଲ ପମ୍ପ ଠାରେ ଗୁରୁବାର ଦିନ ହାଇବା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ଆଜି ସକାଳ ପ୍ରାୟ ୬ଘଣ୍ଟା ସମୟରେ ଏକ ବାଲି ବୋଝେଇ ହାଇବା ପେଟ୍ରୋଲ ପମ୍ପକୁ ତେଲ ପକାଇ ଯାଇଥିବା ସମୟରେ ଫୁଲବାଣୀ ଜିଲ୍ଲା ଖଜୁରୀପଡା ଅଂଚଳର ଏକ ବୃଦ୍ଧ ପୁରୁଣାକଟକ ଅଂଚଳରେ ରହୁଥିଲେ ଓ କୌଣସି କାର୍ଯ୍ୟରେ ଆସିଥିବା ବେଳେ ପଛରୁ ହାଇବା ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ହାଇବା ଡ୍ରାଇଭର ଫେରାର ଥିବା ବେଳେ ଉକ୍ତ ଗାଡି ବୌଦ୍ଧ ଜିଲ୍ଲାର ବୋଲି ଜଣାପଡିବା ସହିତ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଂଚି ଗାଡି ଓ ଶବ ଜବତ କରି ତଦନ୍ତ ଚାଲୁ ରଖିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ତତ ସହିତ ପୁରୁଣାକଟକ ରାଜସ୍ୱ ନିରୀକ୍ଷକ ଲଷ୍ମୀପ୍ରିୟା ସାହୁ ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦,୦୦୦ଟଙ୍କା ଆର୍ଥିକ ସହାୟତା ସ୍ଥାନୀୟ ସରପଞ୍ଚ ଅଶୋକ ସେଠିଙ୍କ ଉପସ୍ଥିତିରେ ପ୍ରଦାନ କରିଥିବାର ଜଣାପଡିଛି ।

hiranchal ad1
Leave A Reply

Your email address will not be published.

11 − 5 =