ପତରାଜପୁର ଦୋଳ ମେଳଣ ଉଦଯାପିତ

0 67

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ପଞ୍ଚାୟତର ପ୍ରସିଦ୍ଧ ପତରାଜପୁର ଦୋଳ ମେଳଣ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ନବମ ବର୍ଷ ପାଳନ ହୋଇଥିବା ଏହି ମେଳଣ ବହୁ ଧୂମଧାମରେ ପାଳିତ ହୋଇଯାଇଛି । ମେଳଣ ପର୍ବରେ ମୋଟ ୧୦ଟି ବିମାନ ଯୋଗଦେଇଥିଲେ । ପତରାଜପୁର ଗ୍ରାମର ଥାନପତି ରାଧାମାଧବ ଜୀଉ, ଅକରପଡା,ମାଣିତ୍ରି, ମାଟିପାରିଲୋ, ରାହାଣିଆ, ବିଲିପଡା ପ୍ରମୁଖ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂରତି ଶୋଭାଯାତ୍ରା ମାଧ୍ୟମରେ ଯୋଗଦେଇଥିଲେ । ଏହି ମେଳଣ ମହୋତ୍ସବରେ ସାହସପୁର କଲେଜଠାରୁ ଥାନପତିଙ୍କୁ ମିଶାଇ ୬ଗୋଟି ବିମାନ ଓ ଅକରପଡା ଠାରୁ ୪ଗୋଟି ବିମାନ ବିରାଟ ଶୋଭାଯାତ୍ରା କରି କୀର୍ତ୍ତନ, ଭଜନ, ଘୋଡାନାଚ, ଷଣ୍ଢନାଚ, ପଂଜାବୀବାଜ ବିଭିନ୍ନ ପ୍ରକାର ବାଜାବାଣ ସହ ମେଳଣ କମିଟି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ପତରାଜପୁର ଗୋସେଇଁ ବିମାନ ପ୍ରଥମେ ଶୋଭାଯାତ୍ରାରେ ଆସି ମେଳଣ ପଡିଆରେ ବସିବା ପରେ ଅନ୍ୟାନ୍ୟ ବିମାନ ଗୁଡିକ ଶୋଭାଯାତ୍ରା କରି ପଡିଆରେ ପ୍ରବେଶ କରି ବସିଥାନ୍ତି । ସମସ୍ତ ବିମାନଗୁଡିକୁ ଫୁଲ, ଚନ୍ଦନ,ଅଗୁର ଦିଆଯାଇ ଭୋଗଲାଗି କଲାପରେ କମିଟି କମିଟି ପକ୍ଷରୁ ଠାକୁରବାଡିର ମୁଖିଆମାନଙ୍କୁ ସ୍ୱାଗତ କରି ଆର୍ଥିକ ରାଶି ଦେଇ ଠାକୁରଙ୍କୁ ମେଲାଣି ଦିଆଯାଏ । ଏହି ମେଳଣ ଛତିଆ ଇସ୍କନ ମନ୍ଦିର ବିଦ୍ୟାଧରପୁରରୁ ଆସିଥିବା ପ୍ରଜାପତି ଗୌତମ ଦାସ, ଚାରୁ କେଶବ ଦାସ, ରାଧାରମଣ ଦାସ, କୁଳ ଶେଖର ଦାସ, ଗୁଡାକେଶ ଦାସ, ପ୍ରଶାନ୍ତ କୁମାର ଦାସ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ହରିନାମ ସଂକୀର୍ତନରେ ମେଳଣ ପଡିଆ ଉତ୍ସବ ମୁଖରିତ ହୋଇଯାଇଥିଲା । ମେଳଣ କମିଟି, ଗ୍ରାମର ମୁରବି ଓ ବୁଦ୍ଧିଜୀବୀ ଏବଂ ଲୋକ ପ୍ରତିନିଧିମାନେ ଜାତି,ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ସମସ୍ତେ ସହଯୋଗ କରିଥିଲେ । ଆଖପାଖ ଅଂଚଳରୁ ଏହି ମେଳଣରେ ବହୁ ଦୋକାନ ବଜାର ପଡିଥିବାରୁ ଶହଶହ ସଂଖ୍ୟାରେ ଲୋକ ରୁଣ୍ଡିଭୁତ ହୋଇ କିଣାବିକା କରିବା ଦେଖାଯାଇଥିଲା । ବାଲିଚନ୍ଦ୍ରପୁର ଥାନା ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

three × four =