ବିଲ୍‌ ପ୍ରଦାନକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା, ୩ ଦିନ ପରେ ଖୋଲିଲା

0 35

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତରେ ବିଲ୍‌ ପ୍ରଦାନକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ କଣ୍ଟ୍ରାଗଡ ସମିତି ସଭ୍ୟ ଟିକେଶ୍ୱର ଶବରଙ୍କ ସମେତ ଗ୍ରାମବାସୀ ୩ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ୩ ଦିନ ଧରି ସମାଧାନ ହୋଇପାରି ନଥିବାରୁ ତାଲା ଝୁଲିଥିଲା । ହେଲେ ୩ ଦିନ ପରେ ଗୋଷାଣି ବିଡିଓ ନୀଳମାଧବ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାୟକ, କଣ୍ଟ୍ରାଗଡ ସରପଞ୍ଚ ଜି. ଦମୟନ୍ତୀ ପ୍ରମୁଖଙ୍କ ସହ ସମିତି ସଭ୍ୟ ଶ୍ରୀ ଶବର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ବୈଠକ ହୋଇଥିଲା । ଏହି ଆଲୋଚନା ବୈଠକରେ ବକେୟା ବିଲ୍‌ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ତଥା ସମାଧାନ ୩ ଦିନ ପରେ ତାଲା ଖୋଲିଥିଲେ ଅସନ୍ତୋଷ ଥିବା ଗ୍ରାମବାସୀ ଓ ସମିତି ସଭ୍ୟ । ପ୍ରକାଶ ଯେ, କଣ୍ଟ୍ରାଗଡ ପଞ୍ଚାୟତ ଅନ୍ତର୍ଗତ ଅଡାସିଂ ଗ୍ରାମର ଏକ ପଖୋରୀ ଉନ୍ନୟନ କାମ ପାଇଁ ୧୪ତମ ସିଏଫସି ମାଧ୍ୟମରେ ଏକଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଏଥି ଅନୁଯାୟୀ ଗତ ଡିସେମ୍ବର ମାସ ୨୦୨୨ରେ ଉଲ୍ଲେଖିତ ପଖୋରୀର ଉନ୍ନୟନ କାମ କରାଯାଇଥିଲା । ଏହାପରେ ଉକ୍ତ କାମ ବାବଦରେ ବିଲ୍‌ ପାଇଁ ବାରମ୍ବାର ଦୌଡିଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଅସନ୍ତୋଷ ବୃଦ୍ଧିପାଇଥିଲା । ଇତି ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହୋଇଯାଇଥିବାରୁ ମାର୍ଚ୍ଚ ମାସରେ ସିଏଫସି ଫଣ୍ଡରେ ଥିବା ଏକ ଲକ୍ଷଟଙ୍କା ଫେରସ୍ତ ଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ହେଲେ କାମ ସରି ୬ମାସ ବିତିଯାଇଥିବା ଏବଂ ଏହି ଟଙ୍କା ଫେରସ୍ତ ହୋଇଯାଇଥିବା ଏବଂ ବାରମ୍ବାର ନିବେଦନ ପରେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ନିକ୍ଷେପ ନକରିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ତେବେ ସମାଧାନ ହେବା ପରେ ତାଲା ଖୋଲି ଦିଆଯାଇଥିବାର ସମିତି ସଭ୍ୟ ଶ୍ରୀ ଶବର ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =