ବାଞ୍ଜିଝାଲ ଗାଁରେ ୨୧ ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

0 92

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ କେରବେଡା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଝାଲ ଗ୍ରାମର କମିଟି ତଥା ଗ୍ରାମବାସୀ ପକ୍ଷରୁ ୨୧ ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଅକ୍ଟୋବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଅନୁଷ୍ଠିତ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବରେ ପୂର୍ଣ୍ଣ କଳସ ସ୍ଥାପନ ସହ ପୂଜାର୍ଚ୍ଚନାରେ ଗାଁ ମଧ୍ୟରେ ୪ ଦିନ ଧରି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସୁନ୍ଦରାକାଣ୍ଡ ପାରାୟଣ, ସଂଚାର ପରିବେଷଣ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଗାୟକ ଦୁର୍ଯ୍ୟୋଧନ ମେହେରଙ୍କ ଦ୍ୱାରା ରାମାୟଣ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା । ସୁନାମ ଧନ୍ୟ ସଂଚାର ବାୟକ ଗଣପତ ଦାସ, ବାୟିକା ଜୟନ୍ତି ଦୀପ ,ବାୟକ ସରୋଜ ଗଣ୍ଡ ପ୍ରମୁଖ ୨ ଦିନ ଧରି ସଂଚାର ପରିବେଷଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରିପାରିଥିଲେ । ଉକ୍ତ ତିନି ସଂଚାର କଳାକରଙ୍କୁ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଂଚାର ଉଜ୍ଜ୍ୱଳ କାମନା କରାଯାଇଥିଲା । ବିଧାୟକ ସରୋଜ କୁମାର ମେହେର ଗଜଲକ୍ଷ୍ମୀ ପୂଜାରେ ଯୋଗଦାନ ଦେଇ ମାଁଙ୍କ ଆଶିଷ ଲାଭ କରିଥିଲେ । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ସମସ୍ତଙ୍କ ପାଇ ଅନ୍ନ ଭୋଗ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ପୂଜାକର୍ତ୍ତା ଭାବେ କଳଙ୍କୀ ବରିହା ଓ ତାଙ୍କ ଧର୍ମପତ୍ନୀ ହରିପ୍ରିୟା ବରିହା ଦାୟୀତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଶୁସାନ୍ତ ଯୋଷୀ ଶର୍ମା ପୂଜାକାର୍ଯ୍ୟ ତୁଲାଇଥିଲେ ।ପରିଚାଳନା କମିଟି ସଭାପତି ଖିରଧର ବରିହା,ଉପସଭାପତି କର୍ପୁଚନ ବାଗ,ସଂପାଦକ ବିଶ୍ୱନାଥ ବରିହା ,ସହ ସଂପାଦକ ହେମନ୍ତ ବାଗ, କୋଷାଧ୍ୟକ୍ଷ ଶ୍ୟାମ ବରିହା ରହିଥିବା ବେଳେ ଯଦୁମଣି ବରିହା, ପିତାମ୍ବର ବରିହା, ଭୋପାଲସିଂବରିହା,ସୁକାନ୍ତବରିହା, ଶୁକୃ ବରିହା, ନେପାଳ ମେହେର ,କୃଷ୍ଣ ବରିହା ,ହଜାରୁ ବରିହା ,ଡିଙ୍ଗର ବରିହା , ତ୍ରିନାଥ ଭରାସାଗର,ନଟ ଗୁଆଲ,ଶତୃଘ୍ନ ଭୂଏ, ଦେବେନ୍ଦ୍ର ବରିହା,କେଶରାଲ ବରିହା,ସୁରେନ୍ଦ୍ର ବରିହା ,ଆନନ୍ଦ ସିଂ ବରିହା,କାଳିଆ ବରିହା,ଦିଲ୍ଲିପ କୁମାର ଗୁଆଲ,ଅଶୋକ ବରିହା, ସନ୍ତୋଷ ବରିହା, ସନ୍ତୋଷ ନାଗ,ଧନୁଦାସ ବରିହା,ଦୁଲମଣି ବରିହା,ରଘୁନାଥ ବରିହା, ସୁରେଶ ବରିହା, ବିଶ୍ୱଜିତ,ମୋହନଚାନ୍ଦ ବରିହା ,ଭାରତ ବରିହା ,ବୃନ୍ଦାବନ ବରିହା,ଲଲିନ୍ଦ୍ର ବରିହା,ନଟ ଗୁଆଲ, ଶଙ୍କର ବାଗ, ରୁପାଧର ବାଗ, ଶତୃଘନ ଭୂଏ, ଚନ୍ଦ୍ରହାସ ବରିହା, ଦେବେନ୍ଦ୍ର ବରିହା, ଜଗବନ୍ଧୁବରିହା ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ମଙ୍ଗଳବାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

4 × 4 =