ଜାନୁଆରୀ ୨୫ ରୁ ୨୯ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା

0 87

ଫୁଲବାଣୀ : ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହେବାକୁ ଯାଉଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା –୨୦୨୩ । ଏହାର ସୁପରିଚାଳନା ପାଇଁ ସମୁଦାୟ ୧୫ ଗୋଟି କମିଟି ମଧ୍ୟ ଗଠନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲାଯେ, ୧୦ଦିନ ପରେ ପ୍ରତ୍ୟେକ କମିଟିର ଅଧ୍ୟକ୍ଷମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଯେଉଁଥରେ କି ପ୍ରତ୍ୟେକ କମିଟିର ବୈଠକର ବିବରଣୀ ଉପରେ ଆୟୋଜନ କମିଟି ଆଲୋଚନା କରିବ । ତଦନୁଯାୟୀ ପ୍ରଚାର ପ୍ରସାର କମିଟିର ବିବରଣୀକୁ ସେହି ଆୟୋଜନ କମିଟି ବୈଠକରେ ଉପସ୍ଥାପନା କରାଯିବ । ଯେହେତୁ ପ୍ରଚାର ପ୍ରସାର ଆମ ସମସ୍ତଙ୍କର ଦାୟିତ୍ୱ ତେଣୁ ସମସ୍ତଙ୍କର ନାମ ଲେଖିବା ସମ୍ଭବ ହେଉ ନାହିଁ । କିଛି ସାମ୍ବାଦିକ ବନ୍ଧୁ ପ୍ରସ୍ତାବ ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ସମସ୍ତ ସାମ୍ବାଦିକ ବୋଲି ଲେଖିବାକୁ । ଯେହେତୁ ସବୁ କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ଅତି ବେଶିରେ ୧୦ ରୁ ୧୨ ଜଣଙ୍କର ସଭ୍ୟଙ୍କର ନାମ ରହୁଛି ସେହିପରି ଏହି କମିଟି ଗଢ଼ିବାକୁ ଆୟୋଜନ କମିଟି ମତ ରଖିଥିଲେ । ତଦନୁଯାୟୀ କିଛି ସାମ୍ବାଦିକ ବନ୍ଧୁ ମତଦେଲେ ଯେ, ଜିଲ୍ଲାରେ ଯେତେଗୋଟି ଆସୋସିଏସନ ରହିଛି ସେଗୁଡ଼ିକର ସଭାପତି ଓ ସମ୍ପାଦକ ମାନଙ୍କ ନାମ ସଦସ୍ୟ ଭାବରେ ରଖିବାକୁ । ସେ ଯାହା ହେଉନା କାହିଁକି ଏସବୁ ଆଲୋଚନା ମାଧ୍ୟମରେ ସ୍ଥିର କରାଯିବା ଉଚିତ୍‌ ହେବ ବୋଲି କହିଥିଲେ । କାରଣ ବିଗତ ଦିନ ମାନଙ୍କରେ କେଉଁଠି ନା କେଉଁଠି ଭୁଲ ବୁଝାମଣା ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଛି ଯାହା ସମସ୍ତେ ଭଲଭାବେ ଜାଣିଛନ୍ତି । ଏହାକୁ ଦୃଷ୍ଟିରେ ରଖି ତା ୧୧.୧୨.୨୦୨୨ ରିଖ (ରବିବାର) ଦିନ ୧୦ଟା ସମୟରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଉପରେ ଅଧିକ ଆଲୋଚନା ହେବ । ସେଥିରେ ସବୁ କିଛି ଆଲୋଚନା କରାଯିବ ଏବଂ ସେଗୁଡ଼ିକ କମିଟି ବିବରଣୀରେ ସ୍ଥାନ ପାଇବା ସହିତ ଆୟୋଜନ କମିଟିରେ ଉପସ୍ଥାପନା କରାଯିବ । ଆୟୋଜନ କମିଟି ଯାହା ସ୍ଥିର କରିବ ତାହା ମଧ୍ୟ ସମସ୍ତଙ୍କୁ ଜଣାଇ ଦିଆଯିବ ।

hiranchal ad1
Leave A Reply

Your email address will not be published.

9 − two =