ବଟନ ଛତୁ କେନ୍ଦ୍ର ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

0 117

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କତଲ କଇଠା ଗ୍ରାମ ପଞ୍ଚାୟତର ପୁଡୁଣୀ ଗ୍ରାମରେ ଥିବା ବଟନ ଛତୁ ଉତ୍ପାଦନ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପରିଦର୍ଶନ କରିଥିବାର ଜଣା ପଡିଛି । ଉକ୍ତ ୟୁନିଟ ସ୍ଥାପନ ହେବାର କିଛି ମାସ ମଧ୍ୟରେ ଅତି ଉନ୍ନତ ମାନର ବଟନ ଛତୁ ଉତ୍ପାଦନ କରୁଥିବାର ଜଣା ପଡିଛି । ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଉକ୍ତ ୟୁନିଟର ପରିଦର୍ଶନ ସମୟରେ ଛତୁ ଉତ୍ପାଦନ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଉତ୍ପାଦନ କେନ୍ଦ୍ରରେ ଦିନକୁ ୪୦୦ କେଜି ବଟନ ଛତୁ ଉତ୍ପାଦନ ହେବାର କ୍ଷମତା ରହିଛି ।କିନ୍ତୁ ବର୍ତ୍ତମାନ ୨୦୦ କେଜି ରୁ ୨୫୦ ଉତ୍ପାଦନ ହେଉଥିବାର ଜଣା ପଡିଛି । ଏହାର ବିକ୍ରି ବଟା ପାରଳାଖେମୁଣ୍ଡି ସହର ସହ ଅନ୍ୟ ଜିଲ୍ଲାରେ ମଧ୍ୟ ବିକ୍ରି ହେଉଥିବାର ଜଣା ପଡିଛି । ଭବିଷ୍ୟତରେ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରିବାର ଯୋଜନା ରହିଛି । ଏଥିରେ ୩୦ ଜଣ ଶ୍ରମିକ କାର୍ଯ୍ୟ ପାଇ ପାରୁଥିବାର ଜଣାପଡିଛି । ଏହି ଉତ୍ପାଦନ କେନ୍ଦ୍ର ପରିଦର୍ଶନ ପରେ ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଗିରିଶ ମହାନ୍ତି, ଗୋଶାଣୀ ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve − 6 =