ମହାଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ଦେବୀଯଜ୍ଞ ମହୋତ୍ସବ

0 48

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତର ବୈଜଳପୁର୍‌ଠାରେ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଦେବିଯଜ୍ଞ ମହୋତ୍ସବ ଅନୁଷ୍ଠିତ । ଏହି ମାଁଙ୍କ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବାବେଳେ ଆଜି ପ୍ରତିଷ୍ଠା କରାଯାଇଛି । ମନ୍ଦିରରେ ମହାଷ୍ଟମୀ ପୂଜାରେ ବିଭିନ୍ନ ଗ୍ରାମରୁ ଆମନ୍ତ୍ରିତ ହୋଇ ଆସିଥିବା ଦେବଦେବୀଙ୍କୁ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂଜା କମିଟି ସଭାପତି ଓ କର୍ତ୍ତା ଡମ୍ବରୁଧର ମାଝି ଓ ତାଙ୍କ ପତ୍ନୀ ରମାକାନ୍ତି ମାଝି କାର୍ଯ୍ୟ ତୁଲାଉଛନ୍ତି । ସେହିପରି ବବେବିରରୁ ବୁଢ଼ାରଜା, ଖାଇରପଦର୍‌ରୁ ପାଟଖଣ୍ଡା, ପଡ୍ରିପାଣିରୁ ମଚପୁରେନ, ଫରସରାରୁ ବୁଢ଼ାରଜା, ଖଳନାରୁ କଟାଝୁଲେନ ଓ ସୁନାବେଡ଼ାରୁ ମାଁ ସୁନଦେଇ ଆସି ପୂଜା ପାଇଥିଲେ ।

hiring

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଧିରାଜ୍‌ ମୋହନ ପାଣିଗ୍ରାହୀ (ଖଡ଼ିଆଳ ବିଧାୟକ) ସମ୍ମାନିତ ଅତିଥି ଖଡ଼ିଆଳ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା, ସିନାପାଲି ବିଡିଓ ସର୍ବେଶ୍ୱର ଜାଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା, ଗିରିରାଜ ମାଝି, ଶିକ୍ଷାବିତ ସତ୍ୟବ୍ରତ ଗହୀର, ସିନାପାଲି ସଦର ସମିତି ସଭ୍ୟ ମନିସ ପଟେଲ, ରମ୍ଭା ମାଝି, ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଳ ନାଗ ମଞ୍ଚାସିନ ଥିବାବେଳେ ଅଞ୍ଚଳବାସି ବେଶ୍‌ ଉତ୍ସାହିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

1 + sixteen =