ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ

0 52

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପେଟ୍ଟାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଭୁବନେଶ୍ୱର, ଜୟପୁର ଏବଂ ରାଉରକେଲା ଭିଜିଲାନ୍ସ ବିଭାଗର ୧୫ରୁ ଅଧିକ ଅଧିକାରୀଙ୍କ ନେତୃତ୍ୱରେ ପ୍ରାୟ ୭ଟି ଭିଜିଲାନ୍ସ ଟିମ୍ ଏକକାଳୀନ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟରେ ଚଢାଉ କରିଛି।
ଜୟପୁରର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଘର ତଲାସି କରାଯାଉଛି। କୋରାପୁଟର ମୁତ୍ୟାଲୁ ମା ମନ୍ଦିର ପଛରେ ଟିକ୍ରା ସାହିରେ ଅବସ୍ଥିତ ଶ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟାଙ୍କ ଭଡା ଘର, ମୌଜା-କୁମ୍ଭ-୧ ଉପରେ ଅବସ୍ଥିତ ଚାରି ମହଲା ବିଶିଷ୍ଟ କୋଠା, କୋରାପୁଟରେ ଅବସ୍ଥିତ ନିର୍ମାଣାଧୀନ ଆବାସିକ ଘର, ସୁନ୍ଦରଗଡ଼ ଲାହୁନିପଡ଼ାରେ ତାଙ୍କ ପୈତୃକ ଘରେ, ଭୁବନେଶ୍ୱର ଏବଂ ବଲାଙ୍ଗୀରରେ ଆବାସିକ କ୍ୱାର୍ଟର ଏବଂ ଅଫିସରେ ଚଢାଉ ଜାରି ରହିଛି।

hiranchal ad1
Leave A Reply

Your email address will not be published.

13 − 10 =