ସତ୍ୟସାଇ ସଙ୍ଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

0 117

ହରଭଙ୍ଗା : ବୌଦ୍ଧ ଜିଲ୍ଲା ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ଆଜି ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅରଖପଦର ଗ୍ରାମରେ ‘ସତ୍ୟସାଇ କରୁଣା’ ଆନୁକୂଲ୍ୟରେ ଏକ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସଙ୍ଗଠନର ଜିଲ୍ଲା ସଭାପତି ତଥା ହରଭଙ୍ଗା ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା ଯୋଗ ଦେଇ ୯୬ ଗୋଟି ଗାଈବଳଦ ସହିତ ୮୩ ଗୋଟି ଛେଳି ମେଣ୍ଢା ଏମିତି ସର୍ବମୋଟ ୧୭୯ ଗୋଟି ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା କରିଥିଲେ । ଗାଈ ବଳଦଙ୍କୁ ଚଟୁଆଫୁଲା ଟିକା ଓ ଛେଳି ମେଣ୍ଢା ମାନଙ୍କୁ ପି ପି ଆର ଟିକା ସହିତ ସମସ୍ତଙ୍କୁ କୃମୀନାଶକ ଏବଂ ଅନ୍ୟାନ୍ୟ ଦରକାରୀ ଔଷଧ ମାଗଣାରେ ବିତରଣ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରଞ୍ଜନ ଅମାତ, ହେମନ୍ତ କର୍ଣ୍ଣ, ସଞ୍ଜୟ ସାହୁ ଆଦି ସହଯୋଗ କରିଥିଲେ । ସୁରେଶ ଦେହୁରୀ ଚିକିତ୍ସା ଶିବିରଟିକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =