ରୁଚିକା ମାମଲା :ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

0 33

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ମାମଲା ରୁଜୁ କରି ଟୁଇନ ସିଟି ପୋଲିସ କମିଶନରଙ୍କୁ ନୋଟିସ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ଡେଡଲାଇନ ଦେଇଛନ୍ତି କମିଶନ । ୧୯ ତାରିଖ ସୁଦ୍ଧା ପୋଲିସ କମିଶନର ତଦନ୍ତ ରିପୋର୍ଟ ରାଜ୍ୟ ମାନବାଧିକାର କମିଶନଙ୍କ ଠାରେ ଦାଖଲ କରିବାକୁ ନିର୍ଦ୍ଦେଶ କରିଛନ୍ତି କମିଶନ । ଜୁଲାଇ ୧୯ ତାରିଖରେ ରାଜ୍ୟ ମାନବାଧିକାର କମିଶନ ଘଟଣାର ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ,ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଛନ୍ତି । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ୩ ସିନିୟର ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍‌ରୁ ପୋଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।

hiranchal ad1
Leave A Reply

Your email address will not be published.

fourteen + 19 =