ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ

0 139

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଶୀର୍ଷରେ ରହିଛି। ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ସେହିପରି ଯୁକ୍ତ ୨ ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି। ୮୦.୬୭% ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ଥିବା ବେଳେ ୭୯.୮୩% କଟଅଫ୍‌ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି। କଳାରେ ସର୍ବାଧିକ ୮୩.୫୦% ସହ ପୁରୀର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ଦ୍ୱିତୀୟରେ ୮୩.୩୩% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଥିବା ବେଳେ ତୃତୀୟରେ ୮୩.୧୭% ସହ କଟକ ନରସିଂହପୁର ହାଇଅର ସେକେଣ୍ଡାରୀ ସ୍କୁଲ ଥିବା ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

three × 4 =