ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୀରାକୁଦ ଡ଼୍ୟାମ ପ୍ରତି ବିପଦ ଆଶଙ୍କା

0 141

ସମ୍ବଲପୁର: ଆଜକୁ ଚାରିଦିନ ହୋଇଗଲା ହୀରାକୁଦର ଜଳସ୍ତର ନିର୍ଦ୍ଧାରିତ ସୀମାରୁ ୧୦ ଫୁଟ ଊର୍ଦ୍ଧ୍ୱ ରହିଆସୁଥିବାରୁ ଏହାର ବିସ୍ତୃତ ମାଟିବନ୍ଧ ପ୍ରତି ବିପଦ ଆଶଂକା କରାଯାଉଛି । ବିଶ୍ୱପ୍ରସିଦ୍ଧ ଏହି ନଦୀବନ୍ଧ ନିର୍ମାଣ ପରଠାରୁ ଏଠାକାର ଜଳସ୍ତର କେତେବେଳେ କେମିତି ରହିବ ଏହା ନିର୍ଦ୍ଧାରିତ କରାଯାଇଛି, ଯାହାକି “ରୁଲ କର୍ଭ”ରୂପେ ପରିଚିତ । ପ୍ରକୃତରେ ଦେଖିବାକୁ ଗଲେ ଏହି ରୁଲକର୍ଭ ଅନୁସାରେ ଅଗଷ୍ଟ ମାସ ମଧ୍ୟ ଭାଗରେ ଏଠାକାର ଜଳସ୍ତର ୬୧୫ରୁ ୬୧୭ ଫୁଟ ମଧ୍ୟରେ ରହିବା ଉଚିତ, ଯାହାକି ବଢ଼ି ୬୨୬ ଫୁଟରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଚାଲିଗଲା ।
ଏପରି କଡ଼ା ନିୟମ ପଛରେ ନିହିତ ଉଦ୍ଦେଶ୍ୟ ଏହି ବିଶାଳକାୟ ଜଳଭଣ୍ଡାରରେ ବର୍ଷାଜଳ ସଂରକ୍ଷଣ ଓ ନିଷ୍କାସନ ନୁହେଁ, ଅପିତୁ କାଳ କ୍ରମେ ଦୁର୍ବଳ ହୋଇଆସୁଥିବା ଏହାର ବିସ୍ତୃତ ମାଟିବନ୍ଧର ସୁରକ୍ଷା ଅନ୍ତର୍ନିହିତ ରହିଛି । ଏବଂ ବିଶେଷ କରି ବର୍ଷା ଋତୁରେ ମାଟିର ଆର୍ଦ୍ରତା ଓ ଚାପସହନ କ୍ଷମତାକୁ ଦୃଷ୍ଟିରେ ରଖି ଏହାର ପ୍ରଣୟନ କରାଯାଇଛି ଓ ଏହା ପୂର୍ବରୁ ଗହନ ଅଧ୍ୟୟନ ଓ ଅନୁଧ୍ୟାନ କରାଯାଇଛି । ବର୍ତ୍ତମାନ କିନ୍ତୁ ହୀରାକୁଦର ସୁରକ୍ଷାକୁ ତିଲାଞ୍ଜଳୀ ଦେଇ ମହାନଦୀର ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣକୁ ଅଧିକ ଗୁରୁତ୍ୱ ଦିଆଯିବାର ଅଭିଯୋଗ ସାମ୍ନାକୁ ଆସିଛି । ରାଜ୍ୟ ପ୍ରଶାସନର ଉଚ୍ଚ ଼ପଦସ୍ଥ ଅଧିକାରୀଙ୍କ ଏପରି ସମ୍ବେଦନହୀନତା ଯୋଗୁଁ ୬୬ ବର୍ଷ ପୁରାତନ ଏହି ବୃହତ୍ତମ ମାଟିବନ୍ଧକୁ କାଳକ୍ରମେ ଅସୁରକ୍ଷିତ ଆଡ଼କୁ ଠେଲି ଦେବା ସାର୍ଥକ ହେବା ଛଡ଼ା ଆଉ କ’ଣ ହାସଲ ହୋଇ ପାରିବ ତାହା ବୁଝି ହେଉନାହିଁ ।

hiranchal ad1
Leave A Reply

Your email address will not be published.

one + 20 =