ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା !

0 381

ଦଶପଲ୍ଲା : ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା । ସମିତି ବୈଠକକୁ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନୀତ କଲେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ । ସୂଚନା ଅନୁଯାୟୀ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇଥିଲା । କିନ୍ତୁ ସାମ୍ବାଦିକମାନେ ସେଠାରେ ପହଞ୍ଚିବା ପରେ ତାଙ୍କୁ ସଭା ଗୃହରୁ ବାହାରି ଯିବାପାଇଁ କହିଥିଲେ ବିଡିଓ । ବ୍ଲକରେ କୌଣସି ବୈଠକ ହେଲେ ଚିଠି ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଯାଉଥିଲା । ସେହିଭଳି ୧୩ ତାରିଖରେ ପଞ୍ଚାୟତ ସମିତିର ଦ୍ୱିତୀୟ ସାଧାରଣ ଅଧିବେଶନ ହେବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଗଷ୍ଟ ୩୦ରେ ଚିଠି ମାଧ୍ୟମରେ ଜଣାଯାଇଥିଲା ।
ସେହି ଅନୁସାରେ କିଛି ଗଣମାଧ୍ୟମ ପ୍ରତିନିଧି ସଭାଗୃହରେ ବସିଥିବାବେଳେ ତାଙ୍କୁ ବାହାର କରାଯାଇଥିଲା । ତେବେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନ ଆଉ ବ୍ଲକ ଅଧ୍ୟକ୍ଷାଙ୍କ ଏତେ ଭୟ କାହିଁକି ? ବ୍ଳକରେ ଚାଲିଥିବା ଦୁର୍ନୀତି ଏବଂ ପିସି କାରବାର ପଦାରେ ପଡ଼ିବାର ଭୟ ରହିଛି କି ? ହଠାତ ଅଧ୍ୟକ୍ଷା ଏଭଳି ନିଷ୍ପତ୍ତି କାହିଁକି ନେଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ ତ କରାଯାଇଥିଲା । ହେଲେ ଡାକିକି ଅପମାନିତ କଲେ କ’ଣ ପାଇଁ ? ଏଭଳି ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ନୂଆଗାଁ ବିଡିଓ ଓ ଅଧ୍ୟକ୍ଷା ନିଜ ନିଜର ପ୍ରତିକ୍ରିୟା ରଖି ସଫେଇ ଦେଇଛନ୍ତି, ଯାହାକୁ ସାମ୍ବାଦିକମାନେ ଗ୍ରହଣ କରିପାରୁନାହାନ୍ତି । ଏଥି ପୂର୍ବରୁ ଗଣିଆଁ ପଞ୍ଚାୟତ ସମିତି ବୈଠକରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ତଡି ଦିଆଯାଇଥିବାବେଳେ, ଆଜି ଦଶପଲ୍ଲା ରେ ହେଉଥିବା ପଞ୍ଚାୟତ ସମିତି ବୈଠକକୁ ସାମ୍ବାଦିକ ମାନଙ୍କୁ ଡକାଯାଇନାହିଁ । ତେଣୁ ଏଠି ପ୍ରଶ୍ନ ଉଠୁଛି ପଂଚାୟତ ସମିତିର କେଳେଂକାରୀ ଧରା ପଡିଯିବା ଭୟରେ,ଏପରି ଘଟୁନାହିଁ ତ ? ତେବେ ଦେଖାଯାଉ ଆଗକୁ କ’ଣ ହେଉଚି …?

hiranchal ad1
Leave A Reply

Your email address will not be published.

four × four =