ନୂଆରୂପ ପାଇବ ଶ୍ରୀ ଲୋକନାଥ ପୀଠ, ଅନୁଧ୍ୟାନ କଲେ ୫-ଟି ସଚିବ

0 90

ପୁରୀ : ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ଶ୍ରୀ ଲୋକନାଥ ପୀଠ ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ସେ ମନ୍ଦିର ନିକଟରେ ପହଁଚିବା ପରେ ଶ୍ରୀଲୋକନାଥଙ୍କ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ପ୍ରଦୂଷିତ ହୋଇଥିବା ଓ ପାଚେରୀ ଭାଙ୍ଗି ପଡିଥିବା ପାର୍ବତୀ ସାଗର ବୁଲି ଦେଖିବା ସହ ଏ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ ସେ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଲୋକନାଥଙ୍କ ପୀଠ ଓ ପାର୍ବତୀ ସାଗରର ପୁନରୁଦ୍ଧାର ନେଇ ଆଲୋଚନା କରିଛନ୍ତି । ୧୪ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଶ୍ରୀଲୋକନାଥ ମନ୍ଦିର ଭିତର ଓ ବାହାର ବେଢ଼ାର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ ସହ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଡିଜାଇନ୍‌ ଦେଖିଥିଲେ ୫-ଟି ସଚିବ । ଶ୍ରୀଲୋକନାଥ ମନ୍ଦିର ଚତୁଃପାର୍ଶ୍ୱରେ ଉନ୍ନତିକରଣ ସହ ପାର୍କିଂ, ଆଲୋକୀକରଣ, ଭେଣ୍ଡିଂ ଜୋନ ବ୍ୟବସ୍ଥା, ପରିସ୍ରାଗାର ଓ ଶୌଚାଳୟର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ବସିବା ପାଇଁ ସ୍ଥାନ, ମନ୍ଦିରର ପାଚେରୀ ଓ ଗେଟ୍‌, ସବୁଜିମା ବଳୟ ସୃଷ୍ଟି ନେଇ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ୫-ଟି ସଚିବ ସେବାୟତଙ୍କ ସହ ମନ୍ଦିରର ଉନ୍ନତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରଲୋକନାଥ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପଜିଲ୍ଲାପାଳ ଭବତାରଣ ସାହୁ, ସେବାୟତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ୫-ଟି ସଚିବଙ୍କ ଗସ୍ତ ପରେ ଶ୍ରୀ ଲୋକନାଥ ମନ୍ଦିର ପାଇବ ନୂଆରୂପ ।

hiranchal ad1
Leave A Reply

Your email address will not be published.

14 − 12 =