ଏପ୍ରିଲରେ ଜୟପୁରରୁ ଉଡ଼ିବ ବିମାନ

0 41

ଜୟପୁର: ଜୟପୁରବାସୀଙ୍କ ପାଇଁ ଖୁସିର ଖବର । ଅତିଶୀଘ୍ର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ଭିତ୍ତିଭୂମି ଯାଞ୍ଚ କରି ଫେରିଛନ୍ତି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ବିଶେଷଜ୍ଞ । ପ୍ରାଥମିକ ପର୍ଯ୍ୟାୟରେ ୯ସିଟ ବିଶିଷ୍ଟ ବ୍ୟବସାୟିକ ବିମାନ ଉଡାଣ ପାଇଁ ଜୟପୁର ଏୟାର ଷ୍ଟ୍ରିପରେ ପ୍ରସ୍ତୁତି ସରିଛି । କୋଡ୍‌ ବି ଏୟାରକ୍ରାଫ୍ଟ ଚଳାଚଳ ଲାଗି ସମସ୍ୟା ନାହିଁ । ବର୍ତ୍ତମାନର ଭିତ୍ତିଭୂମି ଅନୁଯାୟୀ ଏଠାରୁ ସି – ୨୦୬ ଇଏକ୍ସ , ଏମ୍‌ -୨୮ ଏବଂ ବି – ୧୯୦୦ -ଡି ବିଶିଷ୍ଟ ବିମାନ ଉଡିପାରିବ । ୯ ସିଟ୍‌ କ୍ଷମତା ସମ୍ପନ୍ନ ବିମାନ ଚଳାଚଳ ଲାଗି ଇଣ୍ଡିଆ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରାଯାଇଛି । ବିମାନ ଚଳାଚଳ ପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଡିଜିସିଏ ଓ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଟିମର ଯାଞ୍ଚ ଓ ଅନୁମତି ପରେ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ମିଲିଛି ।
ରନୱେ ମାର୍କ, ସିସିଟିଭି କ୍ୟାମେରା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅବସ୍ଥାପିତ ହୋଇଥିବା ଯନ୍ତ୍ରପାତି ଯାଞ୍ଚ, ମେଟାଲ ଡିଟେକ୍ଟର, ପାସେଞ୍ଜର ଇନଫର୍ମେସନ ଡିସ୍‌ ସିଷ୍ଟମ୍‌, ଏଟିସି ଟାୱାର, ଆପ୍ରୋଚ ରୋଡ, ସୁରକ୍ଷା ସହ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ବେଳେ କେତେକ ତ୍ରୁଟି ସଂଶୋଧନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

8 + seventeen =