ଦଶପଲ୍ଲା ଏନ୍‌ଏସିର ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପୁନମ୍‌ ପ୍ରିୟଦର୍ଶିନୀ

0 443

ଦଶପଲ୍ଲା : – ଦଶପଲ୍ଲା ଏନ୍‌ଏସିର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷା ପୁନମ୍‌ ପ୍ରିୟଦର୍ଶିନୀ । ଅପରାହ୍ନ ପ୍ରାୟ ୧ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀ ଦେବବ୍ରତ କର ଏବଂ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ତହସିଲଦାର କେ.ଭେଙ୍କଟେଶ୍ୱର ରାଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟଭାର ଗ୍ରହଣ ପରେ ଦଶପଲ୍ଲା ଏନ୍‌ଏସିରୁ ପାନୀୟ ଜଳ ସମସ୍ୟା ଦୂର କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ୧୬ଟି ୱାର୍ଡ ମଧ୍ୟରୁ ମୁଖ୍ୟତଃ ୬ଟି ୱାର୍ଡ ତଥା ୧ , ୨ , ୮ , ୧୧ , ୧୨ ଏବଂ ୧୬ ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଥିବା କହିଛନ୍ତି । ଯାହାକି ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ସମସ୍ୟା ହୃଦୟଙ୍ଗମ କରିପାରିଥିବା ବେଳେ ଏହାକୁ ପର୍ଯ୍ୟାୟକ୍ରମେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − five =