ସୁବର୍ଣ୍ଣପୁରରେ ଡଙ୍ଗର ମହୋତ୍ସବ ଉଦଯାପିତ

0 88

ସୁବର୍ଣ୍ଣପୁର,୩୧/୩- ଗତ ତିନିଦିନ ଧରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହାପାର୍ବଣ ଡଙ୍ଗର ମହୋତ୍ସବ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି । ପ୍ରଥମଦିନ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼.ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ଉଦଘାଟନ କରିବାସହ ସୁବର୍ଣ୍ଣପୁର ଜିଲ୍ଲାକୁ କଳା,ସଂସ୍କୃତି ଓ ପର୍ଯ୍ୟଟନ ର ପ୍ରାଣକେନ୍ଦ୍ର ବୋଲି ଅଭିହିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର, ଡ଼. ଇପସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇଥିଲେ । ଉତ୍ସବର ଦ୍ୱିତୀୟସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ବୁଧବାର ଶେଷ ସନ୍ଧ୍ୟାର ଅତିଥି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଆଦିବାସୀ ଓ ପ୍ରାଚୀନ ସଭ୍ୟତା କଳା ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଆମ ରାଜ୍ୟ ତଥା ଦେଶର ଖୁବ ଉଦ୍ୟମ ଚାଲିଛି । ଯାହାକି ଆମ ଦେଶର ଏହା ଏକ ବଡ଼ ପରିଚୟ ବୋଲି କହିଥିଲେ । ଏଡିଏମ (ରାଜସ୍ୱ ) ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ପାହାଡ଼ ଗୁମ୍ଫାରେ ରହୁଥିବା ଆଦିବାସୀ ମଣିଷଙ୍କ ପରିଚୟ ଏହି ଉତ୍ସବ ହିଁ ଆଣିପାରିଛି ବୋଲି କହିଥିଲେ । ଏଡିଏମ( ସାଧାରଣ ) ନିଶି ପୁନମ ଓ ବିଦେଶିନୀ ଉଲ୍ଲରିକେ ଜିସାନ ସିଂହ ଯୋଗଦେଇ ଆମ ଜ଼ିଲ୍ଲା ତଥା ରାଜ୍ୟର ଆଦିବାସୀ ନାଚଗୀତକୁ ଭୁୟସୀ ପ୍ରଶଂସା କରିଥିଲେ । ଶେଷ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ବରଗଡ଼, ଫୁଲବାଣୀ, ପାରଳାଖେମୁଣ୍ଡି, ମୟୁରଭଞ୍ଜ, ମାଲକାନଗିରି, ପଦ୍ମପୁର, କୋରାପୁଟର କଳାକାରମାନେ ଉଚ୍ଚକୋଟୀର ନାଚ ଗୀତ ପ୍ରଦର୍ଶନ କରି ଅଗଣିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସେହିପରି ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା ଯୋଗଦେଇ ଏହି ଆୟୋଜନକୁ ଓ ଜ଼ିଲ୍ଲାର ସଂସ୍କୃତି ପର୍ଯ୍ୟଟନକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଡୋଳାମଣି ପଟେଲ, ନୂତନ ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଯୋଗଦେଇ ପ୍ରକୃତିର କୋଳରେ ବସବାସ କରୁଥିବା ଏହି ସରଳ ଆଦିବାସୀଲୋକେ ପ୍ରକୃତିକୁ ଉପଭୋଗ କରିବା ସହିତ ଗୀତ ନାଚ କରି ପ୍ରକୃତରେ ଶାନ୍ତି ଓ ଖୁସିରେ ଜୀବନ କାଟନ୍ତି ବୋଲି କହିଥିଲେ ।

hiring

ସାଂସ୍କୃତିକ ସଭାରେ ଓଡିଶା ସଂଗୀତ ନାଟକ ଏକାଡେମୀର ରାଜ୍ୟ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ସଭାପତିତ୍ୱ କରିଥିବା ବେଳେ ସଂଗୀତ ଏକାଡେମୀର ରାଜ୍ୟ ସଦସ୍ୟ ଶାଶ୍ୱତ ତ୍ରିପାଠୀ, ସଂସ୍କୃତି ଗବେଷକ ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ , ଜ଼ିଲ୍ଲା ସଂସ୍କୃତି ବିଭାଗର ଦୁଃଖୀ ଶ୍ୟାମ ସେଠୀ, ଦେବାଶିଷ ପଟ୍ଟନାୟକ, ନିରାକାର ଦେହୁରୀ ଓ ପୌର ପ୍ରଶାସନ କର୍ମଚାରୀ ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବାଲେଶ୍ୱର, କନ୍ଧମାଳ, ମୟୁରଭଞ୍ଜ, କୋରାପୁଟ, ସୁବର୍ଣ୍ଣପୁର, ବଲାଙ୍ଗୀରର କଳାକାରମାନେ ଆଦିବାସୀ ନୃତ୍ୟଗୀତ ପରିବେଷଣ କରିଥିଲେ । ସଚିବ ପ୍ରବୋଧ ରଥ ଓ ଏଡିଏମ ଶ୍ରୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ତିନିଦିନିଆ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମାପନ କରାଯାଇଥିଲା । ଉଭୟ ଦିବସରେ ପ୍ରାଧ୍ୟାପକ ସୁଶାନ୍ତ ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକୁ ସଂଯୋଜନା କରିଥିଲେ । ପ୍ରତିଦିନ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + ten =