ମାନସ ହତ୍ୟା ମାମଲା, ସତ ଓଗାଳିଛି ଅଭିଯୁକ୍ତ ରଂଜନ

0 55

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ଖୋଲୁଛି ଗୁମର । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ଘଟଣାର ତନତନ କରି ତଦନ୍ତ ଜାରି ରଖିଛି । ୫ ଦିନଆ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ ।
ଏହାରି ଭିତରେ କ୍ରାଇମବ୍ରାଂଚ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସିଛି । ହତ୍ୟା ନେଇ ସତ ଓଗାଳିଛି ଅଭିଯୁକ୍ତ ରଂଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିଥିବା ରଂଜନ କହିଛି । ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଆଶ୍ରମରେ ନିରଞ୍ଜନ ସେଠୀଙ୍କ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟିପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ରଣପୁର ନେଇଥିଲେ । ନୟାଗଡା ରଣପୁର ଅଂଚଳରେ ଶବ ପୋତିବା ପରେ ସେଠାରୁ ଫେରିଥିଲେ । ଫେରିବାବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡିଥିଲେ । ମାସନଙ୍କ ଇୟର ଫୋନ, ଚପଲ, ଶବ ନେଇଥିବା ଅଖା ମଧ୍ୟ ପୋଡିଥିଲେ ।
ଗାତ ଖୋଳି କୋଦାଳ, ଗଇଁତିକୁ ସେଠାରେ ବୁଦାମୂଳେ ଫିଙ୍ଗିଦେଇଥିଲେ । ରଂଜନ ଠାରୁ ସତ ଓଗାଳିବା ପରେ ଆଜି ସ୍ପଟକୁ ଯାଇଥିଲା କ୍ରାଇମ୍ବ୍ରାଂଚ୍ । ସାଥିରେ ରଂଜନକୁ ଧରି ଚଣ୍ଡିଖୋଲ ନିକଟ ସ୍ପଟକୁ ଯାଇଥିଲା ଟିମ୍ । ସେଠାରୁ ମାନସଙ୍କ ଦରପୋଡା ଇୟର ଫୋନ ଓ ଚପଲ ମିଳିଛି । କୋଦାଳ, ଗଇଁତି, ଦରପୋଡା ଅଖା ମିଳିଥିବା କ୍ରାଇମବ୍ରାଂଚ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

5 × 5 =