ଓଏଏସସ୍ତରରେ ଅଦଳବଦଳ

0 195

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ଅଫିସରସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି  । ଓଏଏସ ଅଫିସର କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି  । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  ।

hiring

ବିଜ୍ଞପ୍ତି ଅନୁଯାୟୀ, ଅବିନାଶ ବେହେରାଙ୍କୁ ଏସସିବି ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ଦିଆଯାଇଛି  । ଓଏଏସ ଅଫିସର ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି କରାଯାଇଛି  । ଅପରପକ୍ଷରେ ଓଏଏସ ଅଧିକାରୀ କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନାଗିରି ଅତିରିକ୍ତ ପିଡ଼ି ଡିଆରଡିଏ ଭାବେ ଅବସ୍ଥାପିତ କରାଯାଇଛି  । 

ଏହାଛଡ଼ା ଓଏଏସ ଅଫିସର ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡ଼ିଏର ପିଏ ଭାବେ ବଦଳି କରାଯାଇଛି  । ସେହିପରି ଫାଲଗୁନୀ ମାଝୀଙ୍କୁ ଗଜପତି ଆଇଟିଡ଼ିଏର ପିଏ ଭାବେ ଦାୟିତ୍ୱ ଦିଆଯାଇଛି  ।  

hiranchal ad1
Leave A Reply

Your email address will not be published.

1 × 1 =