ଦୀର୍ଘଦିନଧରି ବନ୍ଦଥିବା ଆଦର୍ଶ ଶୌଚାଳୟ ଖୋଲିଲେ ନୂତନ ସରପଞ୍ଚ

0 90

ଗଣିଆ: ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ବାଜ଼ରର ମୁଖ୍ୟ ରାସ୍ତାରେ ୦୬/୧୨/୨୦୨୦ ମସିହାରେ ସୁଲଭ ଆଦର୍ଶ ଶୌଚାଳୟର ଶୁଭ ଉଦଘାଟନ ହୋଇଥିଲା । ବଜ଼ାରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକଙ୍କ ସୁବିଧା ପ୍ରତି ବିଶେଷ କରି ରୋଗୀଙ୍କ ସମ୍ପର୍କୀୟ ଓ ବସ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଶୌଚାଳୟ ଖୋଲା ଯାଇଥିଲା । ଦୁଃଖ ଓ ପରିତାପର ବିଷୟ ଆଜକୁ ୧୫ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଥିଲା । ଜନସାଧାରଣ ବହୁ ଦିନ ଦାବି କରିଥିଲେ ମଧ୍ୟ ଶୌଚାଳୟ ଖୋଲି ପାରିନଥିଲା । ତେବେ ଗଣିଆ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଗିରିଧାରୀ ସେଠୀଙ୍କ ନେତୃତ୍ୱରେ ଆଜି ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନଙ୍କୁ ନେଇ ଶୌଚାଳୟର ତାଲା ଖୋଲିଥିଲେ କିନ୍ତୁ ଭିତର ଅବସ୍ଥା ନ କହିଲେ ଭଲ । ତେବେ ସରପଞ୍ଚ ଶୌଚାଳୟ ଖୋଲିଲାପରେ କିଭଳି ଏହା ଲୋକଙ୍କ ପାଇଁ ଉପଯୋଗ ହେବା ସହିତ ସମସ୍ତେ ଏହାର ସଦୁପଯୋଗ କରିପାରିବେ ସେଥିପାଇଁ ସେ ଦୃଢ଼ ସଂକଳ୍ପ ନେଇଛନ୍ତି । ଦୀର୍ଘଦିନ ପରେ ଶୌଚଳାୟ ଖୋଲିଲାପରେ ଜଣ ସାଧାରଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ମହଲରେ ଆନନ୍ଦର ଉତ୍ସ ଦେଖିବାକୁ ମିଳିଥିଲା । ଏଥିପାଇଁ ନବନିର୍ବାଚିତ ସରପଞ୍ଚଙ୍କୁ ସାଧୁବାଦ ଜଣାଇବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

2 × three =