ମହରାପଦର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ପାଳିତ

0 33

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମହରାପଦରରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ, ମହରା ପଦର ସରପଞ୍ଚ ଶ୍ରୀମତି ସୁମତି ପଧାନ, ଖପ୍ରାଖୋଲ ୧୮୯ ବାଟାଲିୟନ ସି.ଆର.ପି.ଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂ, ଖପ୍ରାଖୋଲ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ସୁଜିତ କୁମାର ଶତପଥି , ପାଟଣା ଗଡ ଆଇନଜୀବି ଭକ୍ତରାମ ବାଗ, କଳିଙ୍ଗ ମିତ୍ର ଟ୍ରଷ୍ଟ ସମାଜସେବି ଜଲ ତାଣ୍ଡି, ଧଣ୍ଡାମୁଣ୍ଡା ବନରକ୍ଷକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ସଭାରେ ସଭାପତିତ୍ୱ କରିଥିଲେ । ପ୍ରଥମେ ଅତିଥି ସମୁହ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ନିଜ ବକ୍ତବ୍ୟରେ ଅତିଥିମାନେ ବୃକ୍ଷରୋପଣର ମହତ୍ୱ, ବୃକ୍ଷର ସମାଜ ପ୍ରତି ଥିବା ଅବଦାନ ବିଷୟରେ କହିଥିଲେ । ବିଭିନ୍ନ ଉଦାହରଣ ମଧ୍ୟରେ ମୁଖ୍ୟ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ କରିବାକୁ ଉପଦେଶ ଦେଇଥିଲେ । ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ କରାଯାଇ କୃତି ପ୍ରତିଯୋଗୀଙ୍କୁ ବନ ବିଭାଗ ତରଫରୁ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କିରାଣୀ ଧନଞ୍ଜୟ ପୁରୋହିତ ଉମାକାନ୍ତ ମାଝୀ, କ୍ଷୀରସିନ୍ଧୁ ବେହେରା, କୃପାସିନ୍ଧୁ ସା, କିଶୋର କୁମାର ବେହେରା, ଅକ୍ରୁର ଚାନ୍ଦ, ଲଷ୍ମୀ ଧରୁଆ ଯୋଗ ଦେଇଥିଲେ ଓ ଅଭୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − 2 =