ଏଡସ୍‌ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

0 55

ଫୁଲବାଣୀ: ବିଶ୍ୱ ଏଡସ୍‌ ଦିବସ ପାଳନ ୨୦୨୨ ଅବ୍ୟବ୍ୟହିତ ପୂର୍ବରୁ ଏଡସ୍‌ ନିୟନ୍ତ୍ରଣ ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତି ଓ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ଭୁବନେଶ୍ୱରଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ମଧ୍ୟରେ ରାଇକିଆ, ଜି.ଉଦୟଗିରି, ଖଜୁରିପଡା, ଫୁଲବାଣୀ, ଟିକାବାଲି, ଫିରିଙ୍ଗିଆ ଓ କେ.ନୂଆଗାଁ ଠାରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସାରଙ୍ଗଡ ମହାବିଦ୍ୟାଳୟ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇ ଏଚ୍‌.ଆଇ.ଭି ସଂକ୍ରମଣର ଭୟାବହତା ଉପରେ ଚର୍ଚ୍ଚା କରିବା ସହ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାର ଶପଥ ନେଇଥିଲେ । ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ପ୍ରକଳ୍ପ ନିର୍ଭେକ ମମତା ଦାସ ଓ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞ୍ଜନ କରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିବା ବେଳେ ସ୍ନେହଲତା ନାୟକ, ସୀତା ରଣା ଓ କନକ ଲତା ପାତ୍ର ଏହାର ପରିଚାଳନା କରିଥିବା ଜଣାଯାଇଛି । ଆଗାମୀ ଦିନରେ ସଂକ୍ରମଣ ରୋକିବା ଓ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିବିଶେଷଙ୍କ ସଠିକ ଚିକିତ୍ସା, ଯତ୍ନ ଉପରେ ଏହି ବୈଠକ ଗୁଡିକରେ ଗୁରୁତ୍ୱ ଦିଆଯିବ ବୋଲି ସଂପାଦକ ହରିଶଙ୍କର ରାଉତ କହିଥିଲେ । କଲେଜର ଅଦକ୍ଷ ଅଶୋକ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଡସ ଭଳି ମହାମାରୀକୁ ରୋକିବାକୁ ହେଲେ ନିଜେ ନିଜକୁ ସୁରକ୍ଷିତ ରଖିବାକୁ ହେବ ନଚେତ୍‌ ନିଜର ଜୀବନକୁ ମୃତ୍ୟୁ ମୁଖରେ ପକାଇବା ହିଁ ସାର ହେବ ବୋଲି କହିଥିଲେ । ଏଭଳି କାର୍ଯ୍ୟକ୍ରମକୁ ମହବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀଙ୍କ ମହଲରେ ଭୂୟସୀ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

seven + one =