ଯୁବ କଂଗ୍ରେସର ଜିଲ୍ଲା ବ୍ୟାପୀ ପଦଯାତ୍ରା, ବିଜେଡି ଯୁବ ଗୋଷ୍ଠୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛି : ସ୍ମୃତି ଲେଙ୍କା

0 65

ନବରଙ୍ଗପୁର: ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କ୍ରମରେ ରବିବାର ନବରଙ୍ଗପୁର ସଦର ମହକୁମାଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ଲେଙ୍କା ଓ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ଶେଷ ନାରାୟଣ ଓଝା ଯୋଗ ଦେଇ ବିଜୁ ଜନତା ଦଳ ଉପରେ ବର୍ଷିଥିଲେ । ସ୍ମୃତି ଲେଙ୍କାଙ୍କ ଅନୁଯାୟୀ , ବିଜେପି-ବିଜେଡି ମୁଦ୍ରାର ଦୁଇ ପାର୍ଶ୍ୱ ହୋଇଥିବାବେଳେ କଂଗ୍ରେସ ହିଁ ଦେଶ ଓ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ସାଜିଛି । ବିଜେଡି ଦଳ ଯୁବ ଗୋଷ୍ଠୀଙ୍କୁ ସୁନେଲି ସ୍ୱପ୍ନ୍‌ ଦେଖାଉଛି । ନିଯୁକ୍ତି, ଯୁବନୀତି ଧୂଆଁ ବାଣ ପାଲଟି ଥିବାବେଳେ ବିଜେପି ଯୁବ ଗୋଷ୍ଠୀଙ୍କୁ ପ୍ରତାରିତ କରି ବେରୋଜଗାର ବୃଦ୍ଧି କରୁଛି । ଏହି ଅବସରରେ ସେ ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ କରିବା, ଚାକିରି ନିଯୁକ୍ତି ବୟସ ସୀମା ୩୨ ରୁ ୪୨ କରିବା, ମନରେଗା ଦୁର୍ନୀତିକୁ ଯାଞ୍ଚ କରିବା ଓ ସରକାରୀ କର୍ମଚାରୀ ମାନେ ଯେଭଳି ଦଳର କର୍ମୀ ପାଲଟିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସମ୍ପାଦକ ଶେଷ ନାରାୟଣ ଓଝା ସରକାରଙ୍କ ଶିକ୍ଷାନୀତିକୁ ନେଇ ସମାଲୋଚନା କରିବା ସହ ବିଗତ ଆଠ ବର୍ଷ ମଧ୍ୟରେ ବେରୋଜଗାର ୩୩ % ବୃଦ୍ଧି ପାଇଥିବା କହିଥିଲେ । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ଦୃଢ ବିରୋଧ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିସିସି ସଭାପତି ମୁନନା ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ଡିସିସି ଉପ ସଭାପତି ଦିଲ୍ଲୀପ ବେହେରା, ନଗର କଂଗ୍ରେସ ସଭାପତି ପରି ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ବିରେନ୍ଦ୍ର ବାଘ, ରମେଶ ଖୋର, ଜ୍ଞାନ ଦାଶ, ବିଶ୍ୱଜିତ ଲେଙ୍କା, ଶିଶିର ମାଦଳା, ବିକାଶ ପ୍ରଧାନ, ବୃନ୍ଦାବନ ତ୍ରିପାଠୀ, ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − five =