ରାଜସ୍ୱ ଆଦାୟ ବେଳେ ରାଜସ୍ୱ ନିରୀକ୍ଷକ ଅଫିସ୍‌ ଖୋଲା, ବାକି ସମୟରେ ଝୁଲୁଛି ତାଲା

0 51

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ୍‌ ଲୁହାସିଂହା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟଳୟରେ ତାଲା ଝୁଲୁଛି । ଖପ୍ରାଖୋଲ ବ୍ଳକ୍‌ ଲୁହା ସିଂହା ଏକ ଉପାନ୍ତ୍ର ଅଞ୍ଚଳ । ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ଲୁହାସିଂହା ଗ୍ରାମ ପଞ୍ଚାୟତର ୭/୮ ଖଣ୍ଡ ଗ୍ରାମ ବାଘମୁଣ୍ଡ, ଚଙ୍ଗରିଆ ଓ ଦମାଇପାଳି ଗ୍ରାମ ପଞ୍ଚାୟତରୁ ୩୨ ଖଣ୍ଡ ଗ୍ରାମର ଲୋକମାନେ ଆର.ଆଇ ସେଣ୍ଟର ଉପରେ ନିର୍ଭର କରନ୍ତି । କାହାର ଜମିବାଡି ମାମଲା ତ କାହାର ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଓ ବୃଦ୍ଧବୃଦ୍ଧାମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆରଆଇ ଦସ୍ତଖତ ଆବଶ୍ୟକ ହୁଏ । କିନ୍ତୁ ଲୁହାସିଂହା ଆର.ଆଇ ସେଣ୍ଟରରେ ଆର.ଆଇ ନାହାନ୍ତି । ଏହି ସେଣ୍ଟେରରେ ଲୁହାସିଂହା , ଦମାଇପାଲି, ଚଙ୍ଗରିଆ , ବାଘମୁଣ୍ଡ ଗ୍ରାମପଞ୍ଚାୟତର ଲେକେ ନିର୍ଭର କରନ୍ତି । ଏହା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଆର.ଆଇ ରହୁନାହାନ୍ତି । ଯାହାଫଳରେ ଖୁଲୁମ଼ ଖୁଲା ନଦୀରୁ ବାଲି ଚାଲାଣ ହେଉଛି । ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ମାସସାରା ଆର.ଆଇ ସେଣ୍ଟର ବନ୍ଦ ରହୁଅଛି । ସେଣ୍ଟରର ଚାରିପାଖେ ଅନାବନା ଘାସ ମାଡି ଗଲାଣି । ସରକାର ୫ଟି ମାଧ୍ୟମରେ ଅନେକ କାର୍ଯ୍ୟ କରୁଛନ୍ତି କିନ୍ତୁ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟର ଏହି କାର୍ଯ୍ୟ ଜନସାଧାରଣ ତୀବ୍ର ନିନ୍ଦା କରୁଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରିବାକୁ ଜନସାଧାରଣ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + thirteen =