ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି, ୩ ବର୍ଷ ଯାଏଁ ବଢିବ ନାହିଁ ବିଦ୍ୟୁତ ଦର

0 33

କଟକ: ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି । ଆଉ ବଢିବ ନାହିଁ ବିଦ୍ୟୁତ ଦର । ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ରଖି ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ବୋଲି କିଛି ଗଣମାଧ୍ୟମ ଯେଉଁ ଅପପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି | ନୂଆବର୍ଷରୁ ବିଦ୍ୟୁତ ଦର ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା । 

hiranchal ad1
Leave A Reply

Your email address will not be published.

seventeen + ten =