ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ

0 29

ଗଞ୍ଜାମ:ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଜିପିଓ ଧନେଶ୍ୱର ଗୌଡ, ଏବିଡିଓ ନିରାକାର ଜେନା ପ୍ରମୁଖ ଅତିଥିବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟ ସହ ନାଗରିକ ମୂଲ୍ୟବୋଧ ଉପରେ ସଚେତନତା ଦେବା ସହ ଭୋଟର ପରିଚୟପତ୍ର ପଞ୍ଜୀକରଣ ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଶ୍ରୀମତୀ ହରିପ୍ରିୟା ନାୟକ, ଯୁବ ରେଡକ୍ରସର କାଉନ୍ସିଲର ଏନ୍‌ ମୋହନ, ମୁଖ୍ୟ କିରାଣୀ କିଶୋର କୁମାର ପରିଡା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର କିଛି ଛାତ୍ରୀ ଭୋଟ ସମ୍ପର୍କରେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × four =