ମହାପ୍ରଭୁଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

0 65

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗତକାଲି ପୁରୀ ଗସ୍ତରେ ଆସି ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ସକାଳୁ ଶ୍ରୀ ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦର୍ଶନରେ ସାମିଲ ହୋଇଥିଲେ ।ସିଂହଦ୍ୱାର ସମ୍ମୁଖରେ ବିଜେପି ପାର୍ଟି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ଶ୍ରୀମନ୍ଦିରକୁ ଯାଇ କୈଳିକ ପଣ୍ଡାଙ୍କ ମାଧ୍ୟମରେ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିରରେ ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିର ସହ ଅନ୍ୟାନ୍ୟ ବେଢ଼ା ମନ୍ଦିର ଦର୍ଶନ କରିବା ସହ ପ୍ରାୟ ୪୦ ମିନିଟ ବିତାଇଥିଲେ ।

hiranchal ad1
Leave A Reply

Your email address will not be published.

6 + seven =