ଯୁବକଙ୍କୁ ଅପହରଣ କରି ୩ ଗିରଫ

0 188

ଦଶପଲ୍ଲା : ନୟାଗଡ଼ ସହର ମଧ୍ୟରୁ ଜଣେ ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ଅପହରଣକାରୀମାନେ ଟଙ୍କା ମାଗିବା ଭଳି ବିରଳ ଘଟଣା ଘଟିଛି ନୟାଗଡ଼ ସହରରେ । ପୁଲିସ ଏହି ଘଟଣାରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା ପ୍ରଧାନ, ଘଡ଼ୁଆଳର ପ୍ରିୟବ୍ରତ ବରାଡ଼ ଏବଂ ରଣପୁର ଭଣ୍ଡାରିସାହିର ରାକେଶ ବାରିକ । ରଣପୁର ମାଣିକସାହିର ଦୀପକ କୁମାର ମହାନ୍ତି ସ୍ଥାନୀୟ ଏକ ଚାଉଳ ଗୋଦାମରେ ଲେବର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି । କିଛିଦିନ ତଳେ ସେଠାରେ ନୟାଗଡ଼ର କିଛି ଯୁବକଙ୍କ ସହ ଦୀପକଙ୍କର ସାମାନ୍ୟ ବଚସା ହୋଇଥିଲା । ଗତକାଲି ଦୀପକ ମାଲିକଙ୍କ ନୟାଗଡ଼ରେ ଥିବା ମଦ ଦୋକାନକୁ କୌଣସି କାମରେ ଆସିଥିବା ବେଳେ ତାଙ୍କୁ ୫ରୁ ୭ ଜଣ ଯୁବକ ମିଶି ଅପହରଣ କରିଥିଲେ ଓ ମୁଣ୍ଡ ଜାମିନୀ ରଖି ୩୦ ହଜାର ଟଙ୍କା ଦାବି କରିଥିଲେ ଓ ଦୀପକଙ୍କ ମାଆ ସୌଦାମିନି ମହାନ୍ତି ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା । ପୁଲିସ ଅପରାଧୀ ମାନଙ୍କୁ ଧରିବା ସହ ଅପହୃତ ଦୀପକଙ୍କୁ ଉଦ୍ଧାର କରିଥିଲା । ଦୀପକଙ୍କୁ ଅପହରଣ କାରୀମାନେ ପ୍ରବଳ ମାଡ଼ ମାରିଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ଭୋର ସମୟରେ ପରିବାର ଲୋକଙ୍କ ହେପାଜତରେ ଛଡ଼ା ଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ବାଇକ , ୩ଟି ମୋବାଇଲ ଏବଂ ୩୦ ହଜାର ଟଙ୍କା ଜବତ କରିବା ସଂଗେ ସଂଗେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × 1 =