ଆଦିବାସୀ ହାଇସ୍କୁଲ ମନାଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

0 68

ପାଟଣାଗଡ : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ନବମ ତମ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ ଗିଭିଂର ବିଷୟବସ୍ତୁ ବିଶ୍ୱରେ ମାନବ ସମାଜରେ ଶାନ୍ତି ମୈତ୍ରୀ ଖୁସି ପ୍ରତିଷ୍ଠା ପାଇଁ ଆଶା, ଖୁସି,ଏକତାର ବାର୍ତ୍ତା ପହଞ୍ଚାଇବା । ସନ୍ଥକବି ଭୀମ ଭୋଇଙ୍କ ଦର୍ଶନ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଆଦର୍ଶ ରେ ଅନୁପ୍ରାଣିତ ହୋଇ କିସ ଓ କିଟର ପ୍ରତିଷ୍ଠାତା ଡ଼.ଅଚ୍ୟୁତାନନ୍ଦ ସାମନ୍ତ ମାନବ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ଡ.଼ ସାମନ୍ତଙ୍କ ନିସ୍ୱାର୍ଥ ସମାଜ ସେବାକୁ ବକ୍ତାମାନେ ପ୍ରଶଂସା କରିଥିଲେ । ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ, ବଲ, ପେନ ପ୍ରଦାନ କରାଯାଇଥିଲା । ପରିବେଶ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ କିସ କିଟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୧୭ ମେ ୨୦୧୩ ରେ ଅନ୍ତର୍ଜାତୀୟ ଦେବାର କଳା ଦିବସ ପ୍ରତିଷ୍ଠା ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଯୋଗ ଦେଇଥିଲେ ।ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଘନ ଭୋଇ, ଲଳିତ ମଲ୍ଲିକ,ଗିରିଧାରୀ ଭୋଇ, ଲକ୍ଷ୍ମୀ ଶବର, ଗୁଣନିଧି ବର୍ଗେ ସ୍କୁଲର ଶିକ୍ଷକମାନେ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + two =