ବାଲିଗୁଡ଼ାରେ ବାଘ ଆତଙ୍କ ଘଟଣା,କ୍ୟାମେରାରେ କଏଦ ହେଲା ପ୍ରକୃତ ଜନ୍ତୁର ଫଟୋ

0 1,019

ବାଲିଗୁଡ଼ା: ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କନ୍ୟାଶ୍ରମ ପଛପଟ ଖଡ୍ଗ ନଦୀ କୂଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଖପାଖ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଉଦିତ୍‌ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭାରପ୍ରାପ୍ତ ବନପାଳ ସତ୍ୟନାରାୟଣ ମହାନ୍ତିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଦିନରାତି ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ସେହି ସ୍ଥାନରେ ୬ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା । ପୂର୍ବରୁ ପାଦ ଚିହ୍ନ ଦେଖି ଏହା କୌଣସି ବାଘର ପାଦ ଚିହ୍ନ ନୁହେଁ ବୋଲି ସ୍ପଷ୍ଟ କରିବାସହ ଅଞ୍ଚଳବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲା ବନବିଭାଗ । ଆଜି ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଥିବା ଫଟୋ ଜାରି କରି ପୁଣି ସ୍ପଷ୍ଟ କରିଛି ବନ ବିଭାଗ । ଏହା ଏକ ଜଙ୍ଗଲି ବିରାଡ଼ି ହୋଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ଉଦିତ୍‌ ପ୍ରଧାନ । ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଲୋକଙ୍କୁ ଭୟଭୀତ କରିଥିବା ବେଳେ ଗତ ଦୁଇଦିନ ପୂର୍ବେ କନ୍ୟାଶ୍ରମ ପଛପଟେ ଥିବା ପମ୍ପ୍‌ ହାଉସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା ଏହି ଜନ୍ତୁ । ଲୋକେ ଏହାକୁ ବାଘ ବୋଲି ଭାବି ଆତଙ୍କିତ ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଖବରପାଇ ବନବିଭାଗ ତତ୍ପରତା ଦେଖାଇଥିଲା । ଘଟଣାସ୍ଥଳରୁ ପାଦ ଚିହ୍ନ ସଂଗ୍ରହ କରି ଯାଞ୍ଚ୍‌ କରିବା ପରେ ସମ୍ପୃକ୍ତ ଅଞ୍ଚଳରେ ୬ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା ବନବିଭାଗ ପକ୍ଷରୁ । କ୍ୟାମେରାରେ କଏଦ ଫଟୋ ଜାରି କରି ଏହା ଏକ ଜଙ୍ଗଲି ବିରାଡ଼ି ବୋଲି ପୁଣି ଥରେ ସ୍ପଷ୍ଟ କରିଛି ବନବିଭାଗ । ଅନ୍ୟପଟେ ଏହା ବାଘ ନୁହେଁ,ଏଣୁ ଆତଙ୍କିତ ନହେବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛି ବନବିଭାଗ ।

hiranchal ad1
Leave A Reply

Your email address will not be published.

3 × 3 =