ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏଲଡିଏ ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଓ

0 24

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡରେ ଅନେକ ଦିନରୁ ଗ୍ରାମାଞ୍ଚଳମାନଙ୍କରେ ଲାଗି ରହିଥିବା ସମସ୍ୟା ଗୁଡିକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସରକାରୀ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ କୌଣସି ସୁଫଳ ମିଳୁନାହଁ । ଏନେଇ ଆଜି ଏଲଡିଏ ସଂଗଠନ ତରଫରୁ ଲବ ସୁନାଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପାଟଣାଗଡ଼ ସ୍ଥିତ ଗଡଭିତର ସ୍ଥିତ ଯାତ୍ରାପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉପଜିଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ର ଚନ୍ଦ୍ର ସାହୁଙ୍କୁ ଏକ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବିଗୁଡିକ ମଧ୍ୟରେ ହେଲା କିଛି ଦିନ ତଲେ ପାଟଣାଗଡ଼ ଏନଏସି ଅନ୍ତର୍ଗତ ରାମପାଳି, ଟିକପାଲି ଓ କଦୋପଡାରେ ବସବସ କରୁଥିବା ଭୂମିହୀନ ପରିବାରଙ୍କୁ ୪ ଡିସମିଲ ଜମି ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯେଗାଇ ଦେବା, ପାଟଣାଗଡ଼ ବ୍ଳକ ଧୁବଳପଡା, ଭଇଁଷା, ରେଙ୍ଗଟାସିଲରେ ଥିବା ଅନୁସୂଚିତ ଜାତିଙ୍କ ପାଇଁ ହସ୍ତତନ୍ତ କରିଗରଙ୍କ ପାଇଁ ସୁବିଧା, ଝୁଲେମବର ଗାଁରେ ରହୁଥିବା ଅନୁସୂଚିତ ଜାତିଙ୍କ ପାଇଁ ହସ୍ତତନ୍ତ୍ର ପାନୀୟ ଜଳ ସୁବିଧା । ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ମାଳପଡା ଗ୍ରାମର ଫୁଲଝର ଛକଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଏଥିସହ ବ୍ଳକର ୩ ଶହ ଭୂମିହୀନ ପରିବାରଙ୍କ ପାଇଁ ୪ ଡିସମିଲ ଯୋଗାଇ ଦେବା, ଯମୁନାପାଳିର ଆଶାକର୍ମୀ ମହିମା ମହାନନ୍ଦ ଉପରେ ହୋଇଥିବା ମିଥ୍ୟା ଅଭିଯୋଗକୁ ପ୍ରତ୍ୟାହାର କରିବା ସହ ଖପ୍ରାଖୋଲରେ ପୁନଃ ନିଯୁକ୍ତି, ବେଳପଡା ନୁନହାଡ ଗାଁର ୬ ନମ୍ବର ୱାର୍ଡ ର ରହୁଥିବା ଅନୁସୂଚିତ ଜାତି ପାନୀୟଜଳ ଦୁଷିତ ଯୋଗୁଁ ଲୋକେ କିଡନି ରୋଗ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଥିବାରୁ ସେଠାରେ ରହୁଥିବା ପରିବାରକୁ ସ୍ୱତନ୍ତ୍ର ଭାବେ ଆରପିଡବ୍ଲୁଏସ ପ୍ରକଳ୍ପ ତରଫରୁ ସ୍ୱତନ୍ତ୍ର ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଏଲଡିଏ ପକ୍ଷରୁ ଦାବି କରାଯାଇଥିଲା । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବା ସହ ରାଜରାସ୍ତାରେ ଓହ୍ଲାଇବା ପାଇଁ ଏଲଡିଏ ସଂଗଠନର ପ୍ରତିଷ୍ଠାତା ଲବ ସୁନା ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =